ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ସପ୍ତମୀ ତିଥି ତଥା ବିଶ୍ୱକର୍ମା ପୂଜା ଅବସରରେ ପୋଖରୀବନ୍ଧ ଦୁର୍ଗା ପୂଜା କମିଟି ତରଫରୁ ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ କରାଯାଇଛି। ସକାଳ ୭ଟା ସମୟରେ ମୂର୍ତ୍ତି କାରିଗର କାଳୀପ୍ରସାଦ ମଣ୍ଡଳ ପୂଜାର୍ଚ୍ଚନା କରି ମାଟି ଅନୁକୂଳ କରିଥିଲେ।
ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଡଃ ରମେଶ ଚନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ସନାତନ ବିଶି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ବାଣୁଆ, ଉପ-ସଭାପତି କର୍ଣ୍ଣ ମାଝୀ, କୋଷାଧ୍ୟକ୍ଷ ଶଙ୍କର ପ୍ରଧାନୀ, ଉପଦେଷ୍ଟା ପିତାମ୍ବର ବିଶି, ଭଗବାନ ରାଉତ, କେଶବ ଗଉଡ, ମାଧବ ସାହୁ, ମିଲୁ ବାରିକ, ସଦାଶିବ ମାଝୀ, ବକଟପୁର ଗୌନ୍ତିଆ ବିକ୍ରମାଦିତ୍ୟ ବାରିକ, ପୋଖରୀବନ୍ଧ ଗାଁ ଗୌନ୍ତିଆ କୁଳମଣି ବାଣୁଆ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ। ଏ ବର୍ଷ ଏ ଅଞ୍ଚଳର ସବୁଠୁ ଉଚ୍ଚ ମୂର୍ତ୍ତି ହେବା ସହ ସୁସଜ୍ଜିତ ତୋରଣ ତିଆରି କରାଯିବ ବୋଲି ସଭାପତି ଡଃ ସାହୁ ସୂଚନା ଦେଇଛନ୍ତି।







