ଲକ୍ଷ୍ମୀନାରାୟଣ ମନ୍ଦିରରେ ମୋଦୀଙ୍କ ଜନ୍ମଦିନ ପାଇଁ ପ୍ରାର୍ଥନା ଓ ଦୀପ ପ୍ରଜ୍ଜ୍ୱଳନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ‘ସେବା ମାସ’ ଅବସରରେ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ବାଲେଶ୍ୱର ସହରର ଓ.ଟି. ରୋଡ୍‌ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ସାମୂହିକ ପ୍ରାର୍ଥନା ଓ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିବା ସହ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଗଣେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ଅମିତ ନାୟକ, ଦେବାଶିଷ ସିଂହ, ଭାଗବତ ସାହୁ, ଅଜୟ ସାମଲ, ଘନଶ୍ୟାମ ଗିରି, ରବିନାରାୟଣ ପାଣିଗ୍ରାହୀ, ଯୁବନେତା ସିମନ ଦାସ ମହାପାତ୍ର, ଅସିତ ଦାସ, ଶକ୍ତିପଦ ରାୟ, ଉମେଶ ବେହେରା, ଛାତ୍ରନେତା ଶୁଭମ ସାଇ ମହାପାତ୍ର ଓ ମହିଳା ନେତ୍ରୀ ଆଶ୍ରିତା ତରାଇ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା, ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତା ସାମିଲ ହୋଇ ସାମୂହିକ ଭାବେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏଥିସହ ଦେଶର ଉନ୍ନତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.