ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କୁଟ୍ରାଗଡ ଗ୍ରାମ ବଂଶଧାରା ନଦୀରେ ବୁଡିଯାଇ ଜଣେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ମୁନିଗୁଡା ନିକଟସ୍ଥ କୁଜି ଢେପାଗୁଡାର ରୁଦ୍ର ସୁନା (୨୫) । ସୂଚନା ଅନୁଯାୟୀ ମୃତ ରୁଦ୍ର ସୁନା ଜଣେ ଟ୍ରାକ୍ଟର ଚାଳକ । ସେ ସବୁଦିନ ପରି ବାଲି ଆଣିବା ପାଇଁ ନଦୀ କୂଳକୁ ଟ୍ରାକ୍ଟର ନେଇ ଯାଇଥିଲେ । କିନ୍ତୁ ଅନ୍ୟ ମନସ୍କ ଭାବେ ନଦୀର ଅନ୍ୟ ପଟକୁ ଯାଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ । ଟ୍ରାକ୍ଟରରେ ବାଲି ଭର୍ତି ସରିଲା ପରେ ଲେବର ମାନେ ଚାଳକଙ୍କୁ ଖୋଜିଥିଲେ । ବହୁ ଖୋଜା ଖୋଜି ପରେ ମୃତ ରୁଦ୍ର କିଛି ଦୂରରେ ଭାସୁଥିବାର ଦେଖି ତାଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ତଦନ୍ତ ଜାରି ରଖିଛନ୍ତି ।





