ସତୀତୋଟା ଶିବ ମନ୍ଦିର ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସୁନାଖଣ୍ଡି ପଞ୍ଚାୟତର ସତୀତୋଟା ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ମାଝିଗୁଡ଼ା ମଣ୍ଡଳ ସଭାପତି ଅନିଲ କୁମାର ଜାଡ଼ି ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ମାଝିଗୁଡ଼ା ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ କେଶରୀ ଭତ୍ରାଙ୍କ ଉପସ୍ଥିତି ରେ ସୁନାଖଣ୍ଡି, ପୋଲମା ଓ କନ୍ଧଖାତିପାଡ଼ୁ ପଞ୍ଚାୟତରୁ ଶତାଧିକ କର୍ମୀ ଓ ଭୋଟର ବିଭିନ୍ନ ଦଳ ଛାଡ଼ି ବିଜେପି ଦଳରେ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମ ରେ ମାଝିଗୁଡ଼ା ମଣ୍ଡଳ ସୁନାଖଣ୍ଡି ପଞ୍ଚାୟତର ଟାଣୁଆ ନେତା ତଥା ରାଷ୍ଟ୍ରୀୟ ସ୍ଵୟଂ ସହାୟକ ସଙ୍ଘର କର୍ମକର୍ତା ଶ୍ରୀ ବିନାୟକ କୁଲିସିକା ଉପସ୍ଥିତ ରହି ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.