ଜୁନାଗଡ଼ରେ ଇଣ୍ଡିଆ ମେଣ୍ଟ ର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଇଣ୍ଡିଆ ମେଣ୍ଟ ଡାକରାରେ ଆଜି ଓଡିଶା ବନ୍ଦ ପାଳନ କରୁଥିବା ବେଳେ, ଜୁନାଗଡ଼ ସହରରେ ମଧ୍ୟ ଶାନ୍ତିପୂର୍ଣ ବନ୍ଦ ପାଳନ କରିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ବନ୍ଦ ପାଳନରେ ଇଣ୍ଡିଆ ମେଣ୍ଟ, କଂଗ୍ରେସ ଦଳ ସମେତ ବାମ ଦଳ, ସିପିଆଇ, ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି ପ୍ରମୁଖ ଯୋଗଦେଇ ରାଜରାସ୍ତାରେ ମିଳିତ ଭାବରେ ବିରାଟ ପଟୁଆର ନେଇ ହିଞ୍ଜିଳି ବାହିଲି ଠାରୁ ହାତୀନଦୀ ପର୍ଯ୍ୟନ୍ତ ବିଭିନ୍ନ ଦାବି କୁଡ଼ିକର ସ୍ଲୋଗାନ ଦେଇ ବନ୍ଦ ପାଳନ ର ଦୃଶ୍ୟ ପ୍ରଭାବିତ କରିଛି। ଉକ୍ତ ବନ୍ଦ ପାଳନରେ ଜୁନାଗଡ଼ ସହରର ଦୋକାନ ବଜାର, ଜାନ ବାହାନ, ଅଫିସ ଦପ୍ତର ବନ୍ଦ ରହିଥିଲା, ଏପରିପେକ୍ଷୀରେ ଅନେକ ଯାତ୍ରୀବାହି ବସ, ମାଳବାହି ଟ୍ରକ, ଗୁଡିକ ରାସ୍ତା କଡ଼ରେ ସହ ସହ ସଂଖ୍ୟାରେ ଅଟକି ରହିଥିବାବେଳ ଦୂର ଦୁରନ୍ତରୁ ଆସିଥିବା ଯାତ୍ରୀ ନାହଁ ନଥିବା ଅସୁବିଧା ର ସମୂଖିନ ହେବାର ଦେଖିବା କୁ ମିଳିଛି। ଏହି ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାରେ ଏମଏମଡିଆର ଆଇନ ସଂଶୋଧନ ରଦ୍ଧ କରିବା, ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଙ୍କ ଇସ୍ଥାଫା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ଥାଫା, ୟୁପିଆଇ ଲେଣ ଦେଣ ରେ ବର୍ଦ୍ଧିତ ଏମଡିଆର ନିୟମ ପ୍ରତିହାର ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଇଣ୍ଡିଆ ମେଣ୍ଟ ର ସମସ୍ତ ସ୍ଥାନୀୟ ପ୍ରତିନିଧି ଯୋଗ ଦେଇ ବନ୍ଦ ପାଳନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.