ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଅଖିଳ ଭାରତୀୟ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସ୍ୱାଧୀନ ବୁଡ଼େକଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ସଭାରେ ଝିଙ୍କିଡୁଙ୍ଗୁରି ସରପଞ୍ଚ ପୁଷ୍ପାଞ୍ଜଳୀ ମାଝୀ, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ସାଇମରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଗ ବଗର୍ତ୍ତୀ, ପଟାମରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ପୁରୋହିତ ଅତିଥି ଭାବେ ଯୋଗଦେଇଥିଲେ | ଝିଙ୍କିଡୁଙ୍ଗୁରି ସିଆରସିସି ଜୟଶଙ୍କର ଶତପଥି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଲାଫେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜ୍ଞାନେଶ୍ଵର ପ୍ରଧାନୀ ସଭା ସଂଯୋଜନା କରିଥିଲେ | ଏହି ଅବସରରେ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ଗୀତ, କ୍ଵିଜ, ନୃତ୍ୟ, ତର୍କ, ଦୌଡ଼ ସମେତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ | ଶେଷରେ ଶିକ୍ଷକ ପିତାମ୍ବର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ରେଣୁବିକା ଭୋଇ, କଲ୍ୟାଣୀ ମାଝୀ, ମିନତୀ ପଧାନ, ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ସସ୍ମିତା ଭୋଇ, ମୀନକେତନ କଲେତ, ଗୌରଚନ୍ଦ୍ର ଖଣ୍ଡଗିରି, ବସନ୍ତ ସାମଲ, ସୁଜିତ କୁମାର ବାଗ, ଜୟଶଙ୍କର ମେହେର, ତ୍ରିଲୋଚନ ବେହେରା, ବଳଦେବ ସାହୁ, ସଞ୍ଜୟ ପଧାନ, ରାଜେଶ୍ୱର ପ୍ରଧାନୀ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହିଥିଲେ |





