ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାୟଗଡ଼ା ସଦର ମହକୁମା ସ୍ଥିତ କଂଗ୍ରେସ ଭବନ ଘେରାଉ କରାଯାଇଛି । ମଣିପୁର ଘଟଣାକୁ ନେଇ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଅଭିଯୋଗ ଉଠାଇ ଦଳର ନେତୃତ୍ୱକୁ ଟାର୍ଗେଟ୍ କଲା ବିଜେପି ମହିଳା ମୋର୍ଚ୍ଚା । ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ଦାବି କରିଛନ୍ତି ଆନ୍ଦୋଳନକାରୀ ମହିଳାମାନେ । ଏହି ଘଟଣାରେ କଂଗ୍ରେସ ନେତୃତ୍ୱର ନିରବତାକୁ ନେଇ ପ୍ରଶ୍ନ ଉଠାଇବା ସହ ସମ୍ପୃକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳା ମୋର୍ଚ୍ଚାର ସଦସ୍ୟାମାନେ |





