ଝରବାହାଲିରେ ଗିରି ଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ସ୍ଥିତ ଗିରି ଗୋବର୍ଦ୍ଧନ ନାମଯଜ୍ଞ ମଣ୍ଡପ ଠାରେ ପଞ୍ଚାୟତ ସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜାର ପ୍ରସ୍ତୁତି ବୈଠକ ହରିଶ୍ଚନ୍ଦ୍ର ବଗର୍ତ୍ତୀଙ୍କ ସଭାପତିତ୍ବ ତଥା ସମ୍ପାଦକ ବଂଶୀଧର ସୁନାନିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି | କବିରାଜ ବଗର୍ତ୍ତୀ, ଯୁବରାଜ ବଗର୍ତ୍ତୀ, ମହେନ୍ଦ୍ର ବାଗ, ଅନନ୍ତ କାଲସାଏ, ଭୂପେନ୍ଦ୍ର ବାଗ, ଲକ୍ଷ୍ମଣ ବଗର୍ତ୍ତୀ, ଗୋପାଳ ଭୁଏ, ସହଦେବ ବଗର୍ତ୍ତୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଥିଲେ। ନଭେମ୍ବର ୯ରୁ ୧୧ ଯାଏ ଅନୁଷ୍ଠିତ ହେବାକୁ ଥିବା ପୂଜା ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଆୟୋଜନ ହେବା ନେଇ ପ୍ରସ୍ତାବ ପାରିତ ହୋଇଥିଲା | ଏହି ଅବସରରେ ମହିଳା ଦଣ୍ଡନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଶେଷରେ କୁଞ୍ଜବିହାରୀ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.