ଜେକେ କାଗଜ କଳ ତରଫରୁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଜେକେ କାଗଜ କଳର ସାମାଜିକ ଦାୟିତ୍ଵ ବିଭାଗ ତରଫରୁ ପିତାମହଲ୍ ସ୍ଥିତ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହଯୋଗରେ ଆଜି କୁମୁଟିପେଣ୍ଠରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ମୋଟ ୪୨ ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ଯରେ ୨୩ ଜଣ ରୋଗୀ ଙ୍କ ଦୂରଦୃଷ୍ଟି ଦୋଷ, ୫ ଜଣ ମୋତିଆବିନ୍ଦୁ, ୩ ଜଣ ଟେରିଜିମ୍ ସମସ୍ୟା ଥିବା ଥିବା ରୋଗୀ ଚିହ୍ନଟ କରାଯାଇଛି । ମୋତିଆବିନ୍ଦୁ ରୋଗୀଙ୍କର ଶକ୍ତ ପ୍ରମାଣପତ୍ର ହେବାପରେ ଅସ୍ତ୍ରୋପଚାର ପାଇଁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ, ପିତାମହଲକୁ ପଠାଯିବ । ଦୂରଦୃଷ୍ଟି ଥିବା ରୋଗୀ ଙ୍କୁ ପରବର୍ତ୍ତୀ ସମୟରେ ଚଷମା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଭିଜନ୍ ଟେକ୍ନିସିଏନ ରାଜକୁମାରୀ କୌଶଲ୍ୟା ଚକ୍ଷୁ ପରୀକ୍ଷା କରିଥିବା ବେଳେ ଜେ କେ କାଗଜ କଳର ସାମାଜିକ ଦାୟିତ୍ଵ ବିଭାଗର ଉପ ପ୍ରବନ୍ଧକ ହରିହର ଖମାରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.