ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୋଲମା ଉଚ୍ଚ ବିଦ୍ୟାଳୟର ମୌସୁମୀ ମାଝି ପ୍ରଥମେ ବ୍ଲକ ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଖେଳି ବର୍ତ୍ତମାନ ଜାତୀୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ରେ ସାମିଲ ହୋଇ ଓଡ଼ିଶା ଦଳ ସହ ମଧ୍ୟପ୍ରଦେଶ ଯାଇଛନ୍ତି | ମଧ୍ୟପ୍ରଦେଶ ଠାରେ ଆଗାମୀ ୧୯ ତାରିଖ ଦିନ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ସ୍ଥିର ହୋଇଛି | ସେଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ରେ ସାମିଲ ହୋଇ ଓଡ଼ିଶା ତଥା ନିଜ ଜିଲ୍ଲା ଓ ନିଜ ଗାଁ ର ନାମକୁ ଆଗକୁ ନେବା ସହ ନିଜ ବିଦ୍ୟାଳୟକୁ ସୁନାମିତ କରିବା ଆଶାରେ ସେ ବାହାରିଛନ୍ତି | ତାଙ୍କ ଗସ୍ତ ସମୟରେ ପୋଲମା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ବାବୁଲା ମେଲାକା ରାୟଗଡ଼ା ଜିଲ୍ଲା କ୍ରୀଡ଼ା ଅଧିକାରୀ ହରିହର ପାତ୍ର ରାୟଗଡ଼ା ରେଳ ଫାଟକରେ ଉପସ୍ଥିତ ରହିଥିଲେ |





