ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ବାରପାଲି ଯାଦବ ସମାଜ ଆନୁକୂଲ୍ୟରେ ୩୬ ତମ ଗିରି ଗୋବର୍ଦ୍ଧନ ମହୋତ୍ସବ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି| ମହନ୍ତ ସଦାନନ୍ଦ ଦାସଙ୍କ ଅଧ୍ୟକ୍ଷତା ତଥା ମନ୍ଦିର ପରିଚାଳନା ସମିତି ସଭାପତି ମନୋହର ବାଗଙ୍କ ତତ୍ତ୍ୱାବଧାନରେ ପାଞ୍ଚ ଦିନ ଧରି ମହୋତ୍ସବ ଚାଲିଥିଲା| ଡିଙ୍ଗର ବାଗ, ପର୍ଶୁରାମ ବଗର୍ତ୍ତୀ, ଗୌନ୍ତିଆ ରାଜକିଶୋର ସିଂ ବୁଡ଼େକ ଯଜ୍ଞକର୍ତ୍ତା ରହିଥିଲେ| ଗୋବିନ୍ଦ ଶତପଥି, ଦୁର୍ଗାପ୍ରସାଦ ଶର୍ମା, ଡମ୍ବରୁ ଶତପଥି, ଭବାନୀ ପାଣିଗ୍ରାହୀ, ତ୍ରିନାଥ ଶତପଥି ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ| ଏହି ଅବସରରେ ଗିରି ଗୋବର୍ଦ୍ଧନ ଓ ଯଦୁପତି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା, ଗୋ ପୂଜନ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା| କରମତଲା, ଝିମନପାଲି, ଡୁମେରମୁଣ୍ଡା, କୁମ୍ଭେକେଲା, ତେନ୍ତୁଳୀଖୁଣ୍ଟି, ଟିମାପାଲି, ଠେମରା, ଗୁରୁମୁନି, ନାରିକଟା, ଜଲିଆ, ବଗଲାବନ୍ଧ, ଭାଲୁଜୁରି, ହଟକଟ, ଜାମପଡ଼ା, ଚାଉଳଶୁଖା ଗ୍ରାମର ସଂକୀର୍ତ୍ତନ୍ୟ ଦଳ ନାମଯଜ୍ଞରେ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ| ପ୍ରତି ରାତ୍ରରେ ଦଣ୍ଡ ନୃତ୍ୟ, ଅର୍କେଷ୍ଟ୍ରା ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା| ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଶ୍ରଦ୍ଧାଳୁ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ| ଶତାଧିକ ଯାଦବ ସମାଜ ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ|





