ନର୍ଲାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟୀକା ମନୋରମା ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଭବାନୀପାଟଣା ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଭାତ କୁମାର ପରିଡା, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ କେଦାରନାଥ ଖମାରୀ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଜିଲ୍ଲା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠ,ଭବାନୀପାଟଣା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକଭବାନୀ ପଣ୍ଡା,ନର୍ଲା ସହକାରୀ ମତ୍ସ୍ୟ ଅଧିକାରୀ ବ୍ରହ୍ମପ୍ରକାଶ ପୃଷ୍ଟି, ଯୁବ ନେତୃତ୍ୱ ଆଶୁତୋଷ ପାଢୀ, ଶିବପ୍ରସାଦ ରଣା, ନର୍ଲା ସହ ପ୍ରାଣୀ ଚିକିତ୍ସାଧିକାରୀ ଡ. ଅବିନାଶ ପଟେଲ ପ୍ରମୁଖ ମଞ୍ଚାସୀନ ରହି ସରକାରଙ୍କ ମତ୍ସ ଓ ପ୍ରାଣିସମ୍ପଦ ବିଭାଗରେ ରହିଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ କହିଥିଲେ। ମୁଖ୍ୟ ଅତିଥି ନର୍ଲା ବିଧାୟୀକା ଶ୍ରୀମତୀ ମହାନ୍ତି ଫିତା କାଟି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଏହାପରେ କାର୍ଯ୍ୟକ୍ରମ ପରିସରରେ ଲାଗିଥିବା ବିଭାଗୀୟ ଷ୍ଟଲ ଗୁଡିକ ପରିଦର୍ଶନ କରିଥିଲେ। ଦେବ ପୂଜନ ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅତିଥି ମାନଙ୍କୁ ବିଭାଗ ତରଫରୁ ଉପଢୌକନ, ବୃକ୍ଷ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ମାନେ ବନ୍ଦେ ମାତରଂ ସଙ୍ଗୀତ ପରିବେଷଣ କରିଥିଲେ। ନର୍ଲା ସହ ପ୍ରାଣି ଚିକିତ୍ସାଧିକାରୀ ଶ୍ରୀ ପଟେଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଏଲଆଇ ସୁଶାନ୍ତ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରୁ ୫୦୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣିପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳ ର ମାଁ ମାନେ ଅଂଶ ଗ୍ରହଣ କରି ଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ ରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତି ର ବିକାଶ ପାଈଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ, ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦ କୁ ନିରୋଗ ଏବଂ ନିରାମୟ ରଖିବା ଉପରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପାଞ୍ଚଜଣ ଚାଷୀଙ୍କୁ ସରକାରୀ ସହାୟତା ଏବଂ ପାଞ୍ଚଜଣ ଚାଷୀଙ୍କୁ ବିଭିନ୍ନ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଇତ୍ୟବସରରେ ନର୍ଲା ବ୍ଲକ ଅଞ୍ଚଳର ସଫଳ ଚାଷୀଙ୍କୁ ଉପଢୌକନ ଓ ପ୍ରମାଣପତ୍ର ଦେଇ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ମତ୍ସ ଓ ପ୍ରାଣିସମ୍ପଦ ବିଭାଗର କର୍ମଚାରୀ ପ୍ରଶାନ୍ତ ହରିଜନ, ଜିତେନ୍ଦ୍ର ପଧାନ, ହିମାଂଶୁ ଭୋଇ, ଅନନ୍ତ, ବୀରେନ୍ଦ୍ର, ଭବାନୀ, ରାଜେନ୍ଦ୍ର ନାଏକ, ପ୍ରଶାନ୍ତ ରଣା, ଅଳକା ବଳିୟାର ସିଂ ଓ ସୁନୀତା ୟାଦବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ସରପଞ୍ଚ ତନୁଜା ହରପାଲ, ରାକସୀ ସରପଞ୍ଚ ଯେମନ୍ତ ପୋଢ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ, ଯୁବ ନେତୃତ୍ୱ କିଶୋର କୁମାର ନାଏକ, ନର୍ଲା ମିଶନ ଶକ୍ତି ବ୍ଲକ ସଂଯୋଜିକା ସବିତା ସେଠୀ, ମିଶନ ଶକ୍ତି ସଭାନେତ୍ରୀ ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲଙ୍କ ସମେତ ଅନେକ ବିଶିଷ୍ଟ ଚାଷୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଏଏଫଓ ଶ୍ରୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.