ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ସମିତି ତରଫରୁ ପ୍ରତ୍ୟେକ ବର୍ଷ ଡ଼ିସେମ୍ବର ମାସର ପ୍ରଥମ ରବିବାରରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରଣ କରି ସେହି ବିଦ୍ୟାଳୟ ମାନଙ୍କ ସହିତ ପୁନଃ ସଂଯୋଗ କରିବା, ବୃତ୍ତିଗତ ଏବଂ ବ୍ୟକ୍ତିଗତ ନେଟୱାର୍କ ନିର୍ମାଣ କରିବା ଏବଂ ବର୍ତ୍ତମାନର ଛାତ୍ରମାନଙ୍କ ଅଭିବୃଦ୍ଧିରେ ସକ୍ରିୟ ଭାବରେ ସାମିଲ କରିବା ପାଇଁ ଆୟୋଜିତ ହୋଇଥାଏ । ତେଣୁ କଳାହାଣ୍ଡି ଜିଲ୍ଲା ନର୍ଲାରେ ଥିବା ଜବାହର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସଂଗଠନର ସଭାପତି ଇଂ. ଲକ୍ଷ୍ମୀନାରାୟଣ ପଣ୍ଡା ନିଜ ଟିମ୍ ସହିତ ଆଜି ନବୋଦୟ ବିଦ୍ୟାଳୟ ଗସ୍ତ କରି ପ୍ରିନ୍ସିପାଲ୍ ଇନଚାର୍ଜ ଯତୀନ ରଥଙ୍କ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଏବଂ ଆଗାମୀ ଡ଼ିସେମ୍ବର ମାସ ପ୍ରଥମ ରବିବାର ୬ ତାରିଖରେ ବିଦ୍ୟାଳୟ ପରିସର ଭିତରେ ହେବାକୁ ଥିବା “ଆଲୁମିନି ମିଟ୍” ସୁବ୍ୟବସ୍ଥିତ ଓ ସୁନ୍ଦର ଭାବରେ ଆୟୋଜିତ କରିବା ପାଇଁ ବିସ୍ତୃତ ଆଲୋଚନା କରିଥିଲେ। ବର୍ଷକୁ ଥରେ ହେଉଥିବା ଏହି “ଆଲୁମିନି ମିଟ୍” କୁ ବହୁ ସଂଖ୍ୟାରେ ଆସି ସଫଳ କରିବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠନର ସଭାପତି ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଦ୍ୟାଳୟର ଗଣିତ ଶିକ୍ଷୟତ୍ରୀ ଉମାଦେବୀ ହିମିରିକା, ସଙ୍ଗଠନର ସାଧାରଣ ସମ୍ପାଦକ ଭବାନୀ ଶଙ୍କର ପଣ୍ଡା, କେଦାରନାଥ ଖମାରୀ, ତ୍ରିଲୋକ୍ୟ ହରିପାଲ, କାର୍ତ୍ତିକ ସୁନା, ସରୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।






