ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ବିଳମ୍ବିତ ରାତିରେ କଲମପୁର ଥାନା ଅନ୍ତର୍ଗତ ତଥା ବଡକୁଟୃ ଫାଣ୍ଡି ଅଧିନସ୍ଥ କୋଟା ଗାଁ ଠାରେ ଥିବା ଜନସେବା କେନ୍ଦ୍ରରୁ ଚୋରି ହେଇଥିବା ନେଇ ଆଜି କଲମପୁର ଥାନାରେ ଅଭିଯୋଗ ହେଇଥିଲା। ଏହି ଅଭିଯୋଗ ପାଇବା ପରେ ବଡକୁଟୃ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲୋ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ପ୍ରାୟ ୪ଲକ୍ଷ ଟଙ୍କା ସମେତ ଦୁଇ ଗୋଟି ଲ୍ୟାପଟପ୍ ସହ ଏକ ପ୍ରିଣ୍ଟର ଏବଂ ବୈଦ୍ୟୁତିକ ସାମଗ୍ରୀ ଚୋରି ହେଇଥିବା ଯୋଗୁଁ ଅଧିକ ତଦନ୍ତ ପାଇଁ ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀ ଙ୍କୁ ଜଣାଇଥିଲେ। ଶ୍ରୀ କୋଣ୍ଡାଗୋରୀ ତୁରନ୍ତ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଉଥିବା ଜଣାପଡିଛି।





