ରାୟଗଡ,୭/୨ : ରାୟଗଡ ସହର ଖେତାନାଂଜି ତୋଟା ଶ୍ରୀକୃଷ୍ଣ ବିଜ୍ଞାନ ମହିଳା ସତସଂଘ ରାଧାକୃଷ୍ଣ ମନ୍ଦିରର ୨୮ତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି । ପୁରୀ ଠାରୁ ଆସିଥିବା ଶ୍ରୀ ମହନ୍ତ କୃଷ୍ଣ ଗୋବିନ୍ଦ ଦାଶ ଶାସ୍ତ୍ରୀ ମହାରାଜଙ୍କ ଅଧ୍ୟକ୍ଷତାରେ ଉତ୍ସବଟି ପରିଚାଳିତ ହୋଇଥିଲା । ଏହି ଅବସରରେ ଅଷ୍ଟପ୍ରହରୀ ନାମ ସଂକୀର୍ତନ ଆୟୋଜନ କରାଯାଇଥିଲା ।ସତସଂଘର ମହିଳା ଓ ବାଙ୍କଚାହାଣୀ ସଂକୀର୍ତନ ମଣ୍ଡଳି ଉପସ୍ଥିତ ରହି ନାମ ସଂକୀର୍ତନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନାମ ସଂକୀର୍ତନ କାର୍ଯ୍ୟକ୍ରମ ଶେଷରେ ନଗର ପରିକ୍ରମା କରାଯାଇ ପରେ ଦହିହାଣ୍ଡି ଭଙ୍ଗା ଯାଇଥିଲା । ଶ୍ରୀ ମହନ୍ତଙ୍କ ମୁଖରୁ କୃଷ୍ଣ ପ୍ରେମ କଥା ଓ ଶ୍ରୀମଦ ଭଗବତ ମହାପୁରାଣ ଶ୍ର୍ରଦ୍ଧାଳୁମାନେ ଶୁଣି ପ୍ରଭୁ ଶ୍ରୀକୃଷ୍ଣଙ୍କ ଭାବରେ ବିଭୋର ହୋଇଥିବା ବେଳେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ମଧ୍ୟାହ୍ନରେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ରହି ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ