ଅପ୍ରେଲ ପହିଲାରୁ କାମନା ଦଣ୍ଡ ତଥା ଝାମୁଯାତ୍ରା : ୯ରେ ଅଷ୍ଟଶମ୍ଭୁ ମିଳନ

କଳାହାଣ୍ଡି,୧୧/୩(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଳା ମ.ରାମପୁର ଅଂଚଳରେ ପ୍ରାୟ ଶହେ ବର୍ଷ ପୁରୁଣା କାମନାଦଣ୍ଡ ସଂସ୍କୃତି ରହିଆସିଛି । ଆସନ୍ତା ଅପ୍ରେଲ ପହିଲାରୁ କାମନା ଦଣ୍ଡ ତଥା ଝାମୁଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଏହି ଅବସରରେ ଶମ୍ଭୁମିଳନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ । ତେବେ ଚଳିତବର୍ଷ ଏହି ଅଷ୍ଟ ଶମ୍ଭୁ ମିଳନ ଆସନ୍ତା ଅପ୍ରେଲ ୯ ତାରିଖରେ ମହାସମାରୋହରେ ବସଷ୍ଟାଣ୍ଡ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆଂଚଳିକ କାମନାଦଣ୍ଡ ସାଂସ୍କୃତିକ ପରିଷଦ ଚଳିତବର୍ଷ ଏହି ଶମ୍ଭୁ ମିଳନର ଆୟୋଜକ ଥିବାବେଳେ ଆଦିପୀଠ ତଳସାଗରପଡ଼ା, ବୁରାଟ, ଶୁଣ୍ଢିପଡ଼ା, ଉଲୁରୁପୀ, ପଣ୍ଡକାମାଲ, କଲୋନୀପଡ଼ା, ବମକ, ମଦନପୁରର କାମନାଦଣ୍ଡ ଦଳ ଏହି ଶମ୍ଭୁ ମିଳନରେ ଯୋଗଦେବେ ବୋଲି ପରିଷଦର ସଭାପତି ରୁଦ୍ର ସିଂହ କହିଛନ୍ତି । ତେବେ ସମସ୍ତ ପ୍ରସ୍ତୁତି ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ,କୋ ବିଭୂତି ଭୂଷଣ ମହାଖୁଡ଼,ସ ବିଜୟ କୁମାର ମହାଖୁଡ଼, ଯୁଗ୍ମ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ଉପଦେଷ୍ଟା ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ନେତୃତ୍ୱରେ ହେଉଥିବା ଜଣାଯାଇଛି । ଭକ୍ତି ଏବଂ ନିଷ୍ଠାର ଏହି ଶମ୍ଭୁ ମିଳନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ କରି ଶାନ୍ତି ଶୃଙ୍ଖଳା ଦିଗକୁ ବିଶେଷ ଦୃଷ୍ଟି ଦିଆଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

___________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.