କଳାହାଣ୍ଡି,୧୩/୩ : ମ.ରାମପୁର ବ୍ଲକ ଅନ୍ତର୍ଗତ ଡ଼ମ୍ବକର୍ଲାଖୁଂଟା ପଂଚାୟତରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଶିବିର ଡ଼ମ୍ବକର୍ଲାଖୁଂଟା ସରପଂଚ ଚଂଚଳା ପୁଝାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ସମିତି ସଭ୍ୟା ମଧ୍ୟ ଉପସ୍ଥିତ ରହିଥିବାବେଳେ ଆଜିର ଏଇ ଶିବିରରେ ୩୨ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିଥିବାବେଳେ ଏହି ଅବସରରେ ଆଧାର କାର୍ଡ଼ ମଧ୍ୟ ତିଆରୀ/ସଂଶୋଧନ କରାଯାଇଥିଲା,ଏଥିରେ ୨୨ଜଣଙ୍କୁ ଆଧାରକାର୍ଡ଼ ରସିଦ ପ୍ରଦାନ କରାଯାଇଥିଲା । ତେବେ ଡ଼ମ୍ବ କର୍ଲାଖୁଂଟାରେ ଏଭଳି ଏକ ଶିବିରର ଆୟୋଜନ କରାଯାଇଥିବାରୁ ଅଂଚଳବାସୀମାନେ ଖୁସି ବ୍ୟକ୍ତ କରିବା ସହିତ ଏହି ଶିବିର ସମସ୍ତ ପଂଚାୟତକୁ ସଂପ୍ରସାରିତ କରାଗଲେ ସମସ୍ତ ପ୍ରକୃତ ହିତାଧିକାରୀ ଉପକୃତ ହେଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।