ରାମନବମୀ ଅବସରରେ ପାଟନା ହନୁମାନ ମନ୍ଦିର ଦର୍ଶନ କରିପାରିବେ ଭକ୍ତ, ଜାଣନ୍ତୁ ଉପାୟ

ପାଟନା,୨/୪: ମହାମାରୀ କରୋନା ସଂକଟ ମଧ୍ୟରେ ରାମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆଶ୍ଵସ୍ତି ଖବର। କରୋନା କାରଣରୁ ପାଟନା ମହାବୀର ମନ୍ଦିର ବନ୍ଦ ରହିବ। ତେବେ ଭକ୍ତମାନେ ନିଜ ଜିଓ ଫୋନ୍ ମାଧ୍ୟମରେ ମହାବୀର ମନ୍ଦିରର ସିଧା ପ୍ରସାରଣ ଦର୍ଶନ କରିପାରିବେ।

ବିଗତ ବର୍ଷମାନଙ୍କରେ ଏହି ମନ୍ଦିରରେ ରାମନବମୀ ସମୟରେ ୨୦ହଜାର କିଲୋ ନୋବେଧନ ପ୍ରସାଦ ବିକ୍ରି ହେଉଥିଲା ଓ ଲକ୍ଷାଧିକ ଲୋକ ଦର୍ଶନ କରୁଥିଲେ। ଦର୍ଶନ ପାଇଁ ଯେଉଁ ଧାଡ଼ି ହେଉଥିଲା, ତାହା ୨୦ରୁ ୨୫ କି.ମି. ପର୍ଯ୍ୟନ୍ତ ଲମ୍ବି ଯାଉଥିଲା। ତେବେ କରୋନା ଭାଇରସ୍ କାରଣରୁ ଏହି ସମାରୋହକୁ ସ୍ଥଗିତ କରି ଦିଆଯାଇଛି।

କିପରି କରିବେ ଦର୍ଶନ

କରୋନାକୁ ନେଇ ମହାବୀର ମନ୍ଦିରରେ ବିଶେଷ ଉପାୟ କରାଯାଇଛି। ଆଚାର୍ଯ୍ୟ କିଶୋର କୁନାଲ ସୂଚନା ଦେଇଛନ୍ତି ଯେ, ଯେଉଁ ଭକ୍ତ ବଜରଙ୍ଗବାଲୀଙ୍କ ଦର୍ଶନ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଜିଓ ସଫ୍ଟୱେର୍ ଏହି ସୁବିଧା ଉପଲବ୍ଧ କରାଇଛି, ଯେଉଁଠି ଭକ୍ତମାନେ ମହାବୀର ମନ୍ଦିରର ଆପ୍ ଡାଉନଲୋଡ୍ କରିବାପରେ ଦର୍ଶନ କରିପାରିବେ। ଆଚାର୍ଯ୍ୟ କିଶୋର କୁନାଲ କହିଛନ୍ତି ଯେ, ଏଥର ଭକ୍ତମାନେ ନିଜ ଘରେ ରହି ରାମନବମୀର କର୍ମକାଣ୍ଡ କରନ୍ତୁ।

_______________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.