ବାଇକ ଦୁର୍ଘଟଣାରେ ୨ ଗୁରୁତର

କୋକସରା,୭/୪ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଜାତୀୟ ରାଜପଥ ନଂ-୨୬ ଚିଲିଗୁଡା ନିକଟରେ ଭାରାସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଦ୍ୱୟ ଜୟପାଟଣା ବ୍ଲକ ବିମଳା ଗାଁ ର ପରମ ପୁଝାରୀ (୪୦) ଓ ଗୋପାଲପୁର ଗ୍ରାମର ମଣ୍ଟୁ ପୁଞ୍ଜି (୪୦) । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୂଚନା ଅନୁସାରେ, ମଙ୍ଗଳବାର ଭୋର ସମୟରେ କୌଣସି କାମରେ ସେମାନେ କୋକସରା ପଟେ ଆସୁଥିବାବେଳେ କୋକସରା ଥାନା ଜାତୀୟ ରାଜପଥ ୨୬ ନମ୍ବର ଚିଲିଗୁଡା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରାତଃ ଭ୍ରମଣ କରୁଥିବା ସ୍ଥାନୀୟ କିଛି ଯୁବକ କୋକସରା ପୋଲିସ କୁ ଖବର ଦେବା ପରେ ଥାନା ଏଏସ୍‌ଆଇ ବୁଲୁ ସେଠୀ ପହଞ୍ଚି ତଦନ୍ତ କରିବା ସହ ଦୁର୍ଘଟଣା ହୋଇଥିବା ବାଇକ କୁ ଜବତ କରିଥିବା ଜଣାପଡିଛି ।

Udyog Nursery
Udyogi Nursery

ଦୁର୍ଘଟଣାରେ ଗୁରୁତର ଦ୍ୱୟଙ୍କୁ ପ୍ରଥମେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି । ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରିଥିବା ଥାନା ଏଏସ୍‌ଆଇ ବୁଲୁ ସେଠୀ ସୂଚନା ଦେଇଛନ୍ତି ।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

________________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Like our Facebook page👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.