ଘର ବାହୁଡା ଆରମ୍ଭ : ଲାଞ୍ଜିଗଡ ବ୍ଲକର ୨୬ ପଞ୍ଚାୟତକୁ ଫେରିବେ ୨୫ ଶହ ପ୍ରବାସୀ

ଲାଞ୍ଜିଗଡ,୬/୫: ଦେଶ ବ୍ୟାପି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ସହ ବାହାର ରାଜ୍ୟରୁ ଶ୍ରମିକମାନଙ୍କ ଫେରିବା ପ୍ରକିୟା ଆରମ୍ଭ ହୋଇଛି। ପ୍ରଥମେ ସୁରତ, କେରଳ ଓ ଗୁଜୁରାଟରୁ ପ୍ରବାସୀ ଲୋକେ ଫେରିବା ଆରମ୍ଭ କରିଥିବା ବେଳେ ଆଗକୁ ବହୁ ପରିମାଣରେ ପ୍ରବାସୀ ଶ୍ରମିକ, ଛାତ୍ର ଓ କମ୍ପାନୀ କର୍ମଚାରୀ ମାନେ ଫେରିବା ରହିଛି। ତେବେ ରାଜ୍ୟର କେତେକ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ ଯେଉଁ ହୋହାଲ୍ଲା କରିଛନ୍ତି ଏହାକୁ ନେଇ ସରକାର ଓ ପ୍ରଶାସନର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ୨୬ଟି ଯାକ ପଞ୍ଚାୟତରେ ୨୩୦୦ ପ୍ରବାସୀଙ୍କ ପଞ୍ଜିକରଣ ସରିଥିବାବଳେ ଏହି ପ୍ରକ୍ରିୟା ଚାଲିଥିବାରୁ ଏହା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବ୍ଲକର ଲାଞ୍ଜି, ଚମ୍ପାଦେଇପୁର, ଗୋବର୍ଦ୍ଧନ ପୁର, କମର୍ଦ୍ଧା ଆଦି ପଞ୍ଚାୟତ ଅଞ୍ଚଳର ଦୁଇ ଶହରୁ ଅଧିକ ପ୍ରବାସୀ ଘରକୁ ଫେରିବାକୁ ପଞ୍ଜିକରଣ କରିଥିବା ବେଳେ ବାତେଲଲିମା,ଛତ୍ରପୁର, ଲାଞ୍ଜିଗଡ, ଜଗନ୍ନାଥପୁର,କଦମ୍ବଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ଶହେ କିମ୍ବା ତାଠୁ କମ ଶ୍ରମିକ ଘରକୁ ଫେରିବେ ବୋଲି ଜଣାପଡିଛି। ପଞ୍ଚାୟତୱାରି ପଞ୍ଜିକୃତ ତାଲିକା ଦେଖିଲେ ଏହା ୨୫ ଶହରୁ ଅଧିକ ଅତିକ୍ରମ କରିବ ବୋଲି ଅନୁମାନ କରାଯାଇ ଥିବାବେଳେ ବିଭିନ୍ନ ରାଜ୍ୟରେ କମ୍ପାନୀଗୁଡିକ ପୁଣି ତାଲିକା ଆରମ୍ଭ କରିଥିବା ବେଳେ ଏଥିଯୋଗୁଁ ରାଜ୍ୟ ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇପାରେ ବୋଲି ବ୍ଲକ ପ୍ରଶାସନ ଅନୁମାନ କରୁଛି। ବ୍ଲକର ୨୬ଟି ପଞ୍ଚାୟତରେ ୩୫ରୁ ଉର୍ଦ୍ଧ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯାଇ ଥିବାବେଳେ ୧୫ରୁ ଉର୍ଦ୍ଧ୍ବ ଶଯ୍ୟା ପ୍ରସ୍ତୁତ ଥିବା ଜଣାପଡିଛି। ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇ ଥିବାବେଳେ ଲକଡାଉନ ନିୟମ ପାଳନ ସହିତ ମହାମାରୀ କରୋନା ସଂପର୍କିତ ସତର୍କତା ପାଇଁ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ବ୍ଲକ ବ୍ୟାପି ଅଭିଯାନ ଚଳାଇଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଚାରୋଟି ମେଡ଼ିକାଲ ଟିମ ଗଠନ କରାଯାଇଛି। ଡ଼ା. ଇନ୍ଦ୍ର କୁମାର ନାଥାନୀଙ୍କ ତତ୍ତ୍ୱାବଧାନରେ ଡ଼ା.ନିମାଇଁ ଗହୀର, ଡା଼. ମନସ୍ୱିନୀ ପାଣିଗ୍ରାହୀ, ଡ଼ା. ନରେନ୍ଦ୍ର ଦାସ, ଡା଼. ପ୍ରିୟଦର୍ଶନିଙ୍କ ନେତୃତ୍ୱରେ ଚାରୋଟି ମେଡିକାଲ ଟିମ ଗଠନ କରାଯାଇଛି। ସେମାନେ ପ୍ରବାସୀ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଦେବେ। ତେବେ ବ୍ଲକର ଶତାଧିକ ଶ୍ରମିକ ମୋବାଇଲ ନମ୍ବର, ଆଧାର କାର୍ଡ, ସଠିକ ଠିକଣା, ସ୍ଥାନୀୟ ଯୋଗାଯୋଗ ସଂପର୍କରେ ସଠିକ ସୂଚନା ଦେଇ ପାରିନଥିବାରୁ ପଞ୍ଜିକରଣରୁ ବାଦ ପଡିଛନ୍ତି। ସେମାନଙ୍କ ପଞ୍ଜିକରଣ ସହ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ଜଣା ପଡ଼ିଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

_______________________________________

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.