ମାସେ ହେଲା ପାନୀୟ ଜଳ ଯୋଗାଣ ବନ୍ଦ, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୬: ଲାଞ୍ଜିଗଡ଼ ବସନ୍ତ ପଡ଼ାଠାରେ ମାସେ ହେଲା ସୋଲାର ପାଣି ଟାଙ୍କି ଫାଟି ଯିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଏନେଇ ବ୍ଲକ ଜଳ ଯୋଗାଣ ବିଭାଗକୁ ଜଣା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି। ବ୍ଲକରେ ଆଜିକି ୧ ବର୍ଷ ହେଲା ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ ସୋଲାର ପାଣି ଟାଙ୍କି ସ୍ଥାପନ କରା ଯାଇଥିଲା ଲୋକେ ଏଥିରୁ ସୁବିଧା ପାଇବା ବଦଳରେ ଅସୁବିଧା ଭୋଗୁଛନ୍ତି। ସୋଲାର ପାଣି ଟାଙ୍କିକୁ ପାଣି ଯୋଗାଇବା ପାଇଁ ନଳକୂପ ବ୍ୟବହାର ହେଉଥିବାରୁ ନଳକୂପର ଜଳସ୍ତର କମି ଯାଉଛି। ଯାହା ଫଳରେ ଅଧିକାଂଶ ନଳକୂପ ବର୍ତ୍ତମାନ ଅଚଳ ଅବସ୍ଥାରେ ପଡି ରହିଛି। ଏହି ଯାନ୍ତ୍ରିକ ତ୍ରୁଟିକୁ ନ ସଜାଡ଼ିଲେ ବର୍ଷା ଦିନରେ ପାନୀୟ ଜଳର ସଙ୍କଟ ଆଶଙ୍କା ରହିଛି। ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.