ଅସରାଏ ବର୍ଷାରେ ରାସ୍ତାର ଅବସ୍ଥା ଶୋଚନୀୟ

କଳାହାଣ୍ଡି,୨୧/୬: ମୋହନଗିରୀ ଠାରୁ ବଲାଙ୍ଗିର ପଣ୍ଡାପଦର – ସାରାବେଡ଼ା ପର୍ଯ୍ୟନ୍ତ ୪କିମି ରାସ୍ତା ଗମନାଗମନ ପାଇଁ ସଂପୂର୍ଣ୍ଣ ଅନୁପଯୁକ୍ତ ହୋଇପଡିଛି । ଗତବର୍ଷ ବନ୍ୟା ସମୟରୁ ଏହି ରାସ୍ତା ଅନେକ ସ୍ଥାନରେ ଧୋଇହେଇ ଯାଇଥିଲା ପରେ ପରେ ତାହା ଯେନତେନ ପ୍ରକାରେଣ ମରାମତି ହୋଇ ଯିବା ଆସିବା କରୁଥିଲେ ଅଂଚଳବାସୀ । କିନ୍ତୁ ଗତକାଲିର ଅସରାଏ ବର୍ଷା ଏବେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକଙ୍କ ମୁଣ୍ଡବ୍ୟଥା ପାଲଟିଛି । ଏହି ରାସ୍ତା କଳାହାଣ୍ଡି ସୀମାନ୍ତ ହେଲେ ହେଁ କନ୍ଧମାଳ,ବୌଦ୍ଧ, ବଲାଙ୍ଗୀର, ସୋନପୁର କୁ ସଂଯୋଗ କରୁଛି । ତେବେ ରାସ୍ତାର ଅବସ୍ଥାରେ ଉନ୍ନତିକରଣ କରି ବର୍ଷ ସାରା ରାସ୍ତାର ସମସ୍ୟା ଦୂର କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

Omkar Vasthu
Omkar Vasthu
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.