ଅଦା କିଣାରେ ଦୁର୍ନିତି ଅଭିଯୋଗ : ଗଜା ହେଉନାହିଁ ନିମ୍ନମାନ ଅଦା

ନୂଆପଡ଼ା,୩୦/୬: ନୂଆପଡ଼ା ଜିଲ୍ଲା କୃଷି ବିଭାଗ ତଥା ଆତ୍ମା ଯୋଜନରେ ଅଦା କିଣାରେ ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ଚାଷୀଙ୍କୁ ଅତି ନିମ୍ନମାରର ଅଦା ଦେଇଥିବାରୁ ଚାଷୀଙ୍କ ଜମିରେ ଅଦା ଗଜା ନହୋଇ ନଷ୍ଟ ହେବାରେ ଲାଗିଛି।

Omkar Vasthu
Omkar Vasthu

ଚଳିତ ବର୍ଷ ଲକଡାଉନ ହେତୁ ପରିବାର ପ୍ରତିପୋଷଣ କରିପାରିବେ ସେଥିପାଇଁ ଚାଷୀ ଅଦା ଚାଷ ଲଭବାନ ଚାଷ ହୋଇଥିବାରୁ ଚାଷୀ ଅଦା ଚାଷ କରିବାକୁ ଧାର୍ଯ୍ୟ କରିଥିଲେ। କିନ୍ତୁ ଆତ୍ମା ଯୋଜନାରେ ଦିଆଯାଇଥିବା ଅଦା ଗଜା ନହେବାରୁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି। ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଆତ୍ମା ଯୋଜନାରେ ନୂଆପଡ଼ା ବ୍ଳକ ଭେରା ଗ୍ରାମରେ ସୋଭନ ସାହୁ, ଭୁକୁରାମ ପଟେଲ, ସେବକରାମ ପଟେଲ, ଲିଖନକୁମାର ସାହୁ, କିଶନଲାଲ ସାହୁ, ୟାଦାରାମ ପଟେଲ, ଦାମୋଦାର ସାହୁ, ହେମଶଗର ସାହୁ, ବାବୁଲାଲ ପଟେଲ, ମହୋନ ପଟେଲ, କୁଞ୍ଜବିହାରୀ ସାହୁ, ଦୌଲତ ସାହୁ, ବୁଧୁବାରୁ ପଟେଲ ଏପରି ୨୫ ଜଣ ଚାଷୀଙ୍କୁ ୧୦ ଡିସିମିଲ ହିସବାରେ ୨ ଏକର ୫୦ ଡିସିମିଲ ପାଇଁ ମାଗଣରେ ଅଦା ଚାଷ କରିବାକୁ ଜଣେ ଚାଷୀଙ୍କୁ ୫୦ କେଜି ଲେଖାଏଁ ଅଦା ଦିଆଯାଇଥିଲା। ଚାଷି ମାନେ ସରକାର ଦେଇଥିବା ଅଦା ଭଳ ଥିବ କହି ଜମିରେ ଲଗାଇଥିଲେ। କିନ୍ତୁ ଚାଷୀ କହିବା ଅନୁସାରେ ଅଦା ଳଗାଇବା ୧୫ ଦିନ ଭିତରେ ଗଜା ହୋଇଯାଏ। ଆଜିକୁ ୨୦ ଦିନ ହେବା ଚାଷୀଙ୍କ ଅଦା ଗଜା ହେଉନଥିବା ଦେଖିବା ମିଲିଛି। ଏଥିରୁ ଜଣା ପଡିଛି ସେ ନୂଆପଡ଼ା ଜିଲ୍ଲା କୃଷି ବିଭାଗ ତଥା ଆତ୍ମା ଚାଷୀ ମାନଙ୍କୁ ନିମ୍ନମାନର ଅଦା ଦେଇଥିବା ଅଭିଯୋଗ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଚାଷୀ କହିବା ଅନୁଯାଇ ଆତ୍ମା ଦେଇଥିବା ଅଦାର ଗୁଣବତ୍ତା ପରୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ କ୍ରୟ କମିଟି ଗଠନ କରାନଯାଇ ଚାଷୀଙ୍କୁ କିପରି ଅଦା ଦିଆଯାଇଛି। ଏହା ଉପରେ ଜିଲ୍ଲାପାଳ ତଦନ୍ତ କରିବାକୁ ଚାଷି ଦାବି କରିଛନ୍ତି। ଚାଷୀ ବର୍ତ୍ତମାନ ଅଦା ଜମିରେ ଲାଗାଇ ଥିବା ବେଲେ ନିମ୍ନମାର ଅଦା ହୋଇଥିବାରୁ ଚାଷୀଙ୍କ କିଛି ମାତ୍ରରେ ଗଜ ହୋଇଥିବା ବେଲେ ବହୁ ମାତ୍ରରେ ଅଜା ଗଜ ନହୋଇ ଜମିରେ ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଏଭଳି ନିମ୍ନମାନର ଅଦା ଦେଇଥିବା ଅଧିକାରି ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ମାନେ ଦାବି କରିଛନ୍ତି।

ଏହା ଉପରେ ନୂଆପଡ଼ା ଡିଡିଏ ଜାହିଦ ହମ୍ମଦକୁ ପଚାରିବାରୁ ଅଦାଟି ନୂଆପଡ଼ା କୃଷି ବିଜ୍ଞାନ କେନ୍ଦ୍ର ଦେଇଛି। କେମିତି ଅଦା ଆମେ ଜାଣି ନାହୁଁ। ଚାଷୀ ମାନଙ୍କ ଠାରୁ ଅଦା ଗଜା ହୋଇନଥିବା ଖବର ପାଇଛି। ତଦନ୍ତ କଳାପରେ ଜଣାପଡି ବୋଲି କହିଛନ୍ତି।

ଏହା ଉପରେ ନୂଆପଡ଼ା ଜିଲ୍ଲା କୃଷି ବିଜ୍ଞାକେନ୍ଦ୍ର ବୈଜ୍ଞାନିକ ଲକ୍ଷ୍ମଲାଲ ମିନା କହିଛନ୍ତି ଯେ ୧୦ ତାରିଖ ଦିନ ଚାଷୀଙ୍କୁ ଅଦା ଦିଆଯାଛି। ଅଦା ଗଜ ହେବା ପାଇଁ ୩୫ ଦିନ ଲାଗିଥାଏ ବୋଳି କହିଛନ୍ତି। ବର୍ତ୍ତମାନ ୩୫ ଦିନ ପରେ ଅଦା ଗଜା ହେଉଛି କି ନାହିଁ ଦେଖିବାର ବାକି ରହିଛି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.