ବୁଲିବାକୁ ଯାଇ ୯ ଦିନ ହେଲା ଘରକୁ ଫେରି ନାହିଁ ପୁଅ, ଥାନାରେ ଅଭିଯୋଗ କଲେ ମା’

ଲାଞ୍ଜିଗଡ,୫/୭: ଲାଞ୍ଜିଗଡ ବେଦାନ୍ତ ମୁଖ୍ୟ ଫାଟକ ପାଖରେ ରହୁଥିବା ପ୍ରତିମା ହିଆଲଙ୍କ ନାବାଳକ ପୁଅ ମନମଥ ହିଆଲ(୧୭) ବୁଲିବାକୁ ଯାଇ ଘରକୁ ନ ଫେରିବା ଯୋଗୁଁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମା’ ପ୍ରତିଭା ହିଆଲ। ଅଭିଯୋଗ ଅନୁସାରେ ଲାଞ୍ଜିଗଡ ବେଦାନ୍ତ ମେନଗେଟ ଠାରେ ପ୍ରତିମା ହିଆଲ ଓ ତାଙ୍କ ନାବାଳକ ପୁଅ ମନମଥ ଆଜିକୁ ପ୍ରାୟ ୧୫ବର୍ଷ ହେଲା ଏକ ଛୋଟ ପନିପରିବା ଦୋକାନ କରି ରହୁଛିନ୍ତି। ଗତ ଜୁନ୍ ୨୭ ତାରିଖ ଦିନ ୧୦ଘଣ୍ଟା ସମୟରେ ପ୍ରତିଦିନ ପରି ପୁଅ ଘରୁ ବାହାରି ବୁଲିବାକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଫେରିନଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେ ଘରୁ ଯିବା ସମୟରେ ପଇସା ପତ୍ର ମଧ୍ୟ ନେଇନାହିଁ। ଫୁଲପେଣ୍ଟ, ସାର୍ଟ ରେ ଘରୁ ବାହାରି ଥିବାବେଳେ ୭୬୦୬୯୮୫୦୩୩ ନମ୍ବର ମୋବାଇଲ ଫୋନ ଧରିଥିବା ମା କହୁଛନ୍ତି। ପୁଅ ଘରକୁ ନ ଫେରିବା ଯୋଗୁଁ ମା’ ପ୍ରତିମା ବନ୍ଧୁବାନ୍ଧବ ଆଖପାଖ ଅଞ୍ଚଳରେ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ୯ ଦିନ ପରେ ଆଜି ପ୍ରତିମା ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ମା’ ଘୋର ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। ଏନେଇ ଲାଞ୍ଜିଗଡ ଥାନା ଏସଆଇ ବିପିନ କୁମାର କୁଳଦୀପଙ୍କୁ ପଚାରିବାରୁ ନିଖୋଜ ପୁଅର ମା’ ଆମ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତରଫରୁ ମଧ୍ୟ ଖୋଜାଖୋଜି ଚାଲିଛି ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ତୁରନ୍ତ ନାବାଳକକୁ ଠାବ କାରିବାକୁ ସାଧାରଣରେ ଦାବି ହେଉଛି।

Udyog Nursery
Udyogi Nursery

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.