ରାୟଗଡ ଜିଲ୍ଳାରେ ପୁଣି ୧୩ ନୂଆ କରୋନା ପଜିଟିଭ୍ , ୧୨୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ,୬/୭: ରାଜ୍ୟରେ ଆଜି ପୁଣି ୪୬୯ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରେ ରାୟଗଡ ଜିଲ୍ଳାର ୧୩ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୩ଜଣ ମହିଳା ଓ ୧୦ପୁରୁଷ ରହିଛନ୍ତି । ସେହିପରି ଗୁଣପୁର ବ୍ଳକ ସିରିଝୋଲି ଗ୍ରାମ ପଂଚାୟତ ଅନ୍ତର୍ଗତ କନଟେଂଟମେଂଟ ଜୋନ ବିଜୟପୁର ଗ୍ରାମର ୫ଜଣ ରିହିଥିବା ବେଳେ କୋଲନରା ବ୍ଳକ ଅନ୍ତର୍ଗତ ବଡଖିଲାପଦର ସଂଗରୋଧ କେନ୍ଦ୍ରର ୩ ଜଣ ଏବଂ ରାୟଗଡ ସହରର ୪ଜଣ ରହିଛନ୍ତି ଏବଂ ହୋମ କ୍ୱାରେନଟାଇନରେ ରହୁଥିବା କୋଲନରା ବ୍ଳକ ଥେରୁବାଲି ଆଇଟିଆଇ ଅଂଚଳର ଜଣେ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । କୋଲନରା ବ୍ଳକ ବଡଖିଲାପଦର ଟିଏମସି କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଅନ୍ତେବାସୀମାନେ ଆନ୍ଧ୍ର ପ୍ରଦେଶ ଫେରନ୍ତା ବୋଲି ଜିଲ୍ଳା କୋଭିଡ୍ ନୋଡାଲ ଅଧିକାରୀ ତଥା ପିଡ-ଡିଆରଡିଏ ଅମ୍ରିତ ଋତୁରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ରାୟଗଡ ପୈାରାଂଚଳରୁ ଚିହ୍ନଟ ୪ଜଣଙ୍କ ମଧ୍ୟରେ ଜଣେ ଶିଶୁ ରୋଗ ବିଶେଷଞ ଡାକ୍ତରଙ୍କ ସହ ଜଣେ ସ୍ୱାସ୍ଥ୍ୟ ଓ ଆଉ ଜଣେ ସଫେଇ କର୍ମଚାରୀ କରୋନା ଯୋଦ୍ଧାମାନେ ରହିଥିବା ବେଳେ ଡାକ୍ତରଙ୍କୁ କଟକ ସ୍ଥିତ ଅଶ୍ୱିନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି । ସେହିପରି ଅନ୍ୟ ଦୁଇ କରୋନା ଯୋଦ୍ଧାଙ୍କୁ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ସୂଚନା ଦେଇଛନ୍ତି । ସେହିପରି ପୈାରାଂଚଳର ଅନ୍ୟ ଜଣେ ରୋଗୀ ସାଇପ୍ରିୟା ନଗରରୁ ହୋଇଥିବା ବେଳେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀ ରହୁଥିବା ନ୍ୟିୁକଲୋନୀ ସ୍ଥିତ ଆଦିତ୍ୟ ଡାକ୍ତର ପ୍ଳାଜା, ପାଇକ ସାହି ଓ ନେହୁରୁ ନଗର ତୃତୀୟ ଲାଇନକୁ କନଟେଂଟମେଂଟ ଜୋନ ଘୋଷଣା କରାଯାଇଥିବା ବେଳେ ବିଜୟପୁର ଗ୍ରାମରୁ ଚିହ୍ନଟ ପଜିଟିଭ ରୋଗୀଙ୍କୁ ଗୁଣପୁର କୋଭିଡ କେୟାର କେନ୍ଦ୍ରକୁ ପଠାଯାଇଥିବା ବେଳେ ଥେରୁବାଲି ଆଇଟିଆଇ ଅଂଚଳ ଓ ବଡଖିଲାପଦର ଟିଏମସି କେନ୍ଦ୍ରକୁ ମଧ୍ୟ କନଟେଂଟମେଂଟ ଜୋନ ଘୋଷଣା କରାଯାଇଥିବା ଶ୍ରୀ ଋତୁରାଜ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ସେହିପରି ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଆଗକୁ ମଧ୍ୟ ବଢିବାର ଆଶଙ୍କା ଦେଖାଯାଉଛି । ତେଣୁ ଘରେ ରହି ସୁରକ୍ଷିତ ରହିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପରିଧାନ କରିବା ଏବଂ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ଜିଲ୍ଳାବାସୀଙ୍କୁ ନିବେଦନ କରାଯାଇଛି । ସେହିପରି କରୋନା ପ୍ରଭାବିତ ପଡୋଶୀ ଗଂଜାମ ଓ ଗଜପତି ଜିଲ୍ଳାରୁ ଯଦି କେହି ଜିଲ୍ଳାକୁ ଆସିଲେ ତରୁନ୍ତ ନିକଟସ୍ଥ ଟିଏମସିକୁ ଯିବା ପାଇଁ ପ୍ରର୍ବତାଇବା ଆବଶ୍ୟକ ବୋଲି ପ୍ରଶାସନ କହୁଛି । ବର୍ତମାନ ବ୍ରହ୍ମପୁରରେ ରହିବା ବିପଦ ମଣି ଲୋକେ ଆଖପାଖ ଜିଲ୍ଳାକୁ ଆସୁଥିବାରୁ ତୁରନ୍ତ କେହି ଆସିଲେ ସାହି ପଡିଶା ଲୋକେ ତରୁନ୍ତ ପ୍ରଶାସନକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି । ନଚେତ ବିପଦ ଆହୁରି ମାଡି ଆସିବ ବୋଲି କୁହାଯାଇଛି । ସରକାରୀ କୋଭିଡ ନିୟମ ମାନିବା ସହ ଜିଲ୍ଳା ପ୍ରଶାସନ ଏବଂ ପୋଲିସକୁ ସହାୟତା କରନ୍ତୁ ବୋଲି ଅନୁରୋଧ କରାଯାଇଛି । ବର୍ତମାନ ଜିଲ୍ଳାରୁ ୪୩୧୭ଜଣଙ୍କ ସ୍ୱାବ ନମୂନା ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ ୪୧୯୮ଜଣଙ୍କର ରିପୋର୍ଟ ନେଗେଟିଭ୍ ଓ ୧୨୮ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ପ୍ରଦାନ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.