କୋଲକତା ଟେକ୍ନିସିଆନକୁ ଅପେକ୍ଷା କରି ଚୁପ ବସିଛି ରାୟଗଡ ପୈାର ପରିଷଦ
ରାୟଗଡା : ହେଲମେଟ ପିନ୍ଧି ନ ଥିଲେ, ମାସ୍କ ପିନ୍ଧି ନ ଥିଲେ ତଥା ସିଲଟ୍ବେଲଟ ବାନ୍ଧି ନ ଥିଲେ ଟ୍ରାଫିକ୍ ଓ କରୋନା ନିୟମ ଉଂଲଘନ ନେଇ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ତେବେ ବିଡମ୍ବନାର ବିଷୟ ରାୟଗଡ ସହରରେ ଥିବା ୭ଟି ଟ୍ରାଫିକ୍ ପୋଷ୍ଟଗୁଡିକରେ ଥିବା ସିଗନାଲ ଲାଇଟ ମାସେ ନୁହେଁ କି ଦୁଇ ମାସ ନୁହେଁ ଗତ ୯ମାସ ଧରି ହେଲା କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି । ଟ୍ରାଫିକ୍ ସିଗନାଲ ଲାଇଟ୍ କାର୍ଯ୍ୟକ୍ଷମ ହେଉ ନ ଥିବା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥର ମୁଖ୍ୟ ରାସ୍ତାରେ ପ୍ରତିଦିନ ଜଟିଳ ହେବାରେ ଲାଗିଛି ଟ୍ରାଫିକ ସମସ୍ୟା । ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ଟ୍ରାଫିକ୍ ସିଗନାଲ ପୋଷ୍ଟଗୁଡିକର ଡିଜିଟାଲ ସିଗନାଲ ଲାଇଟଗୁଡିକ ଖରାପ ହୋଇପଡିଥିବା ବେଳେ ରକ୍ଷାଣବେକ୍ଷଣ ଅଭାବରୁ ଏହି ସିଗନାଲ ଲାଇଟ ଗୁଡିକ ଗଛ କରୋଡରେ ଲୁଚି ଯାଇଥିବା ଦେଖିବାକୁ ମିଳୁଛି । କଟକଣାରେ କୋହଳ ହେବା ପରେ ୩୨୬ ନମ୍ବର ଜାତୀୟ ରାଜପଥର ଏହି ମୁଖ୍ୟ ରାସ୍ତା ଦେଇ ରାଜଧାନୀରୁ ମାଲକାନଗିରି ତଥା ପଡୋଶୀ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୈନିକ ଶତାଧିକ ଯାତ୍ରୀବାହୀ ବସ, ମାଲବାହୀ ଟ୍ରକ ସମେତ ଅନ୍ୟ ଯାନବାହାନଗୁଡିକ ଯାତାୟାତ କରୁଥିବା ବେଳେ ଟ୍ରାଫିକ ସିଗନାଲ ଲାଇଟ କାର୍ଯ୍ୟକ୍ଷମ ହେଉ ନ ଥିଲେ ସୁଦ୍ଧା କୈାଣସି ଗୁରୁତ୍ୱ ଦେଉନାହିଁ ଏହାର ପରିଚାଳନା ଦାୟିତ୍ୱରେ ଥିବା ରାୟଗଡା ପୈାର ପରିଷଦ ।
ସହରର କୋରାପୁଟ ଛକ, ତହସିଲ କାର୍ଯ୍ୟାଳୟ ଛକ, କପିଳାସ ଛକ, ଗଜପତି ଛକ, ରେଳବାଇ ଷ୍ଟେସନ ନିକଟସ୍ଥ ଜିଲ୍ଳାପାଳଙ୍କ ବାସଭବନ ଛକ ଓ ବୁଦୁରାୱାଲସା ଛକ ଓ ସାଇ ଇଂଟରନ୍ୟାସନାଲ ଛକରେ ଥିବା ଟ୍ରାଫିକ ସିଗନାଲ ଲାଇଟ୍ଗୁଡିକ ଅଚଳ ହୋଇ ପଡିଥିବା ବେଳେ ଏହି ସିଗନାଲ ଲାଇଟ୍ ଗୁଡିକର ମରାମତି କରୁଥିବା ସଂସ୍ଥାର ଦେଖା ମିଳୁ ନାର୍ହିଁ । ଟ୍ରାଫିକ ସିଗନାଲ ରକ୍ଷାଣବେକ୍ଷଣର ତଦାରଖ ଦାୟିତ୍ୱରେ ରହିଥିବା ପୈାର ପରିଷଦ ଅପେକ୍ଷା କରି ରହିଛି କୋଲକୋତାର ଟେକ୍ନିସିଆନମାନଙ୍କୁ । ଟ୍ରାଫିକ୍ ସିଗନାଲ ଲାଇଟର ରକ୍ଷାଣବେକ୍ଷଣ ପାଇଁ କୋଲକତାର ଏକ ସଂସ୍ଥାକୁ ବାର୍ଷିକ ୧ଲକ୍ଷ ୩ ୦ହଜାର ଟଙ୍କା ପୈାର ପରିଷଦ, ରାୟଗଡା ପକ୍ଷରୁ ପ୍ରଦାନ କରାଯାଉଥିବା ବେଳେ ଏହି ସଂସ୍ଥା ଗତ ୨ବର୍ଷ ତଳେ ଆସିବା ପରେ ଆଉ ଥରେ ହେଲେ ମଧ୍ୟ ରାୟଗଡା ଆସି ନ ଥିବା ଜଣାପଡିଛି । ଏପରି ସ୍ଥଳେ ସିଗନାଲ ଲାଇଟ ଅଚଳ ହୋଇଗଲେ ତାହାକୁ ମରାମତି ପାଇଁ ସ୍ଥାନୀୟ ଇଲେକ୍ଟ୍ରିସିଆନଙ୍କ ମଧ୍ୟ ଆବଶ୍ୟକ କରା ନ ଯାଇ କେବଳ ଏହି ସଂସ୍ଥା ଉପରେ ନିର୍ଭର କରି ଚୁପ ବସିଛି ପୈାର ପରିଷଦ ।
ପୈାର ପରିଷଦର ପ୍ରଶାସକ ତଥା ଜିଲ୍ଳାପାଳ, ସ୍ଥାନୀୟ ବିଧାୟକ, ସାଂସଦମାନେ ନିୟମିତ ଯାତାୟାତ କରୁଥିବା ବେଳେ ମାସ ମାସ ଧରି କାର୍ଯ୍ୟକ୍ଷମ ନ ହୋଇ ପଡି ରହିଥିବା ସିଗନାଲ ଲାଇଟ୍ ଉପରେ କାହାରି ହେଲେ ଦୃ୍ଷ୍ଟି ପଡୁନାହିଁ ଅଥବା ସମସ୍ତେ ଜାଣି ମଧ୍ୟ ଅଜଣା ହୋଇ ରହିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ରହିଥିବା ଟ୍ରାଫିକ ପୋଲିସମାନଙ୍କୁ ଟ୍ରାଫିକ୍ ନିୟନ୍ତ୍ରଣରେ ଅସୁବିଧା ଉପୁଜୁଛି । ଟ୍ରାଫିକ ସିଗନାଲ ଲାଇଟ ଜଳିବା ବେଳେ ଗାଡି ଚାଳକମାନେ ଟ୍ରାଫିକ୍ ନିୟମ ମାନୁଥିଲେ କିନ୍ତୁ ବର୍ତମାନ ସିଗନାଲ ଲାଇଟ୍ କାର୍ଯ୍ୟକ୍ଷମ ହେଉ ନ ଥିବା ଯୋଗୁଁ ଟ୍ରାଫିକ୍ ନିୟମକୁ କେହି ଠିକ୍ ଭାବେ ନ ମାନି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ତେବେ ଏ ନେଇ ପୈାର ପରିଷଦ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ସ୍ଥାନୀୟ ଟ୍ରାଫିକ୍ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ଏବଂ ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । ବର୍ତମାନ ୧୨ଜଣ ଟ୍ରାଫିକ୍ କନେଷ୍ଟବଳଙ୍କ ସହ ଜଣେ ହାବିଲଦାର ଟ୍ରାଫିକ୍ ପୋଷ୍ଟଗୁଡିକରେ ଡ୍ୟିୁଟି କରୁଥିବା ବେଳେ ହ୍ୟାଣ୍ଡ ସିଗନାଲ ଜରିଆରେ ଟ୍ରାଫିକ୍ ପରିଚାଳନା କରୁଥିବା ଜଣାପଡିଛି ।
ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in