ମିଥ୍ୟା କେସରେ ଦୋଷୀ ସାବସ୍ତ୍ୟ କରିବା ଘଟଣାରେ ଏସ.ପି.ଙ୍କ ଦ୍ୱାରସ୍ଥ ରବିନ୍ ଝୋଡିଆ

ରାୟଗଡ, (ଶିବ ନାରାୟଣ ଗୈାଡ): ମିଥ୍ୟା କେସରେ ଦୋଷୀ ସାବସ୍ତ୍ୟ କରି ଜେଲ ପଠାଇବା ଘଟଣାରେ ଜାମିନରେ ଆସିବା ପରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ବ୍ୟକ୍ତି । ସେ ହେଲେ ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଅଣ୍ଡିରାକଂଚ ଥାନା ଅନ୍ତର୍ଗତ କୋଡିପାରି ଗ୍ରାମର ରବିନ ଝୋଡିଆ । ମଙ୍ଗଳବାର ଦିନ ରାୟଗଡ ଜିଲ୍ଳା୍ ଆରକ୍ଷୀ ଅଧୀକ୍ଷକ ଡ.ଶର୍ବଣା ବିବେକ ଏମ.ଙ୍କୁ ସାକ୍ଷାତ କରି ତାଙ୍କ ବିରୋଧରେ ଅଣ୍ଡିରାକଂଚ ଥାନା ପୋଲିସ ପକ୍ଷରୁ ଷଡଯନ୍ତ୍ର କରାଯାଇ ତାଙ୍କୁ ମିଥ୍ୟା କେସରେ ଫସାଇ ହାଜତକୁ ପଠାଯାଇଥିବା ଘଟଣା ବିଷୟରେ ଉଲ୍ଳେଖ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ଘଟଣାର ତଦନ୍ତ କରାଯାଇ ଥାନାର ଏସ.ଆଇ.ସୁକାନ୍ତ ଦଳେଇ,ଏଏସଆଇ ସବେଶ୍ୱର ଖାଡଙ୍ଗା,କନେଷ୍ଟବଳ ସୁଶାନ୍ତ ମହାଙ୍କୁଡଙ୍କ ସମେତ ଅନ୍ୟ ୪ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ଏ ନେଇ ରବିନ ଝୋଡିଆଙ୍କ ସ୍ମାରକପତ୍ରରେ ଉଲ୍ଳେଖ ରହିଛି ଯେ,ଗତ ୨୦୨୦ ଫେବୃୟାରୀ ୩ତାରିଖରେ ନାରିଙ୍ଗିଯୋଡି ଗ୍ରାମରେ ହୋଇଥିବା ଠାକୁରାଣୀ ଯାତ୍ର୍ରାରେ ତାଙ୍କ ପୁଅ କିରଣ କୁମାର ଝୋଡିଆ ମଧ୍ୟ ଗାଁ ପିଲାଙ୍କ ସହ ମିଳିମିଶି ଯାତ୍ରା ଦେଖିବାକୁ ଯାଇଥିଲେ । ତେବେ ସେଠାରେ ଅଣ୍ଡିରାକଂଚ ଥାନାର ଉପରୋକ୍ତ ପୋଲିସ ଷ୍ଟାଫମାନେ ତାଙ୍କ ପୁଅକୁ କୈାଣସି କାରଣରୁ ଲହୁଲୁହାଣ କରି ମାଡ ମାରି ପଡିଆରେ ପକାଇ ଦେଇଥିବା ବେଳେ ଖବର ପାଇ ସେ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଲୋକଙ୍କ ଭିଡକୁ ଦେଖି ଉକ୍ତ ପୋଲିସ ଅଧିକାରୀମାନେ ଗୁରୁତର କିରଣକୁ ଉଷାପଡା ଠାରେ ଥିବା ୟୁଏଆଇଏଲ ମେଡିକଲରେ ଭର୍ତି କରାଇ ଚିକିତ୍ସିତ କରାଇଥିଲେ । ତେବେ ଉକ୍ତ ଘଟଣାରେ ରବିନ ଝୋଡିଆର କୈାଣସି ସଂପୃକ୍ତି ନ ଥିିଲେ ମଧ୍ୟ ତାଙ୍କ ବିରୋଧରେ ଅଣ୍ଡିରାକଂଚ ଥାନାରେ କେସ ନମ୍ବର ୧୨/ ତାରିଖ ୪/୨/୨୦ରେ ମାମଲା ରୁଜୁ କରାଯାଇ ୟୁ/ଏସ/ ୧୪୭/ ୧୪୮/ ୨୯୪ /୩୪୧/୩୪୨/୩୨୩/୩୫୩/୩୩୨/୫୦୬/୩୭୯/୩୮୪ ଏବଂ ୧୪୯ ଆଇପିସି ଧାରାରେ ଘଟଣାର ଦୀର୍ଘ ୮ମାସ ପରେ ବିନା କୈାଣସି ନୋଟିସରେ ତାଙ୍କୁ ଗତ ଅକ୍ଟୋବର ୧୦ ତାରିଖରେ ଗିରଫ କରାଯାଇ କାଶିପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିଲା ।

ପରେ ରବିନ୍ କୋର୍ଟରୁ ଜାମିନ ପାଇ ଅକ୍ଟୋବର ୧୨ ତାରିଖରେ ଘରକୁ ଫେରିଥିଲେ । ପରେ ତାଙ୍କ ବିରୋଧରେ କରାଯାଇଥିବା ଷଡଯନ୍ତ୍ରର ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ବଳରେ ପାଇଥିବା ତଥ୍ୟକୁ ନେଇ ନ୍ୟାୟ ପାଇବା ପାଇଁ ଏସ.ପି.ଙ୍କ ଦ୍ୱାରସ୍ଥ ହୋଇଛି ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷେ ଘଟଣାର ସତ୍ୟତା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାର ପ୍ରତିଶୃତି ଜିଲ୍ଳା ଏସ.ପି. ଦେଇଥିବା ନେଇ ରବିନ ଝୋଡିଆ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି,କୋଡିପାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ରବିନ ଝୋଡିଆ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ରହିଛନ୍ତି ଏବଂ ତାଙ୍କ ବି.ଟେକ୍ ର ଜଣେ ଛାତ୍ର ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.