ପରମ୍ପରା ପ୍ରତୀକ ଚନ୍ଦ୍ରଭାଗୋତ୍ସବ : ଏ ବର୍ଷ ଗାନ୍ଧୀସ୍ମୃତି ଭବନରେ ହେବ ପ୍ରତୀକାତ୍ମକ ଭାବେ

● ଚନ୍ଦ୍ରଭାଗୋତ୍ସରେ ହେବ ତରୁଣଲେଖକଙ୍କ ସମାଗମ, କହିଲେ ଶ୍ରୀଦେବ

ବାଲେଶ୍ବର,(କୃଷ୍ଣ କୁମାର ମହାନ୍ତି): ପବିତ୍ର ବଡ଼ଦିନରେ ଦେବକାନ୍ତ ଗଙ୍ଗାବାରଣ ଦାସଙ୍କ ତରଫରୁ କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ କଳିଙ୍ଗ ହୋଟେଲ ପରିସରରେ ‘ଚନ୍ଦ୍ରଭାଗା’ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୋଭିଡ଼୍–୧୯ ମହାମାରୀ ସମୟରେ ସରକାରଙ୍କ ଦ୍ବାରା ଘୋଷିତ ନିୟମାବଳୀକୁ ଅନୁପାଳନ କରି ଜାତୀୟସ୍ତରୀୟ ଚନ୍ଦ୍ରଭାଗୋତ୍ସବର ୩୧ତମ ସ୍ବନକ୍ଷତ୍ର ନିରାଡ଼ମ୍ବର ତଥା ପ୍ରତୀକାତ୍ମକ ଭାବରେ ୩୧ ଡିସେମ୍ବର ୨୦୨୦ରୁ ୩ ଜାନୁୟାରୀ ୨୦୨୧ ମଧ୍ୟରେ ଗାନ୍ଧୀସ୍ମୃତି ଭବନ ଠାରେ ପାଳନ କରାଯିବାର ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏହି ଉପଲକ୍ଷେ ହେବାକୁ ଥିବା ୨୬ତମ ବାଲେଶ୍ବର ବହିମେଳା ଓ ୧୫ଶ ଜାତୀୟସ୍ତରରେ ଆନ୍ତଃମହାବିଦ୍ୟାଳୟ ବହୁଭାଷୀ ନାଟକ ପ୍ରତିଯୋଗିତା ଜନଗହଳିକୁ ଆଶଙ୍କା କରି ଏହି ଆୟୋଜନକୁ ବନ୍ଦ ରଖାଯାଇଛି।

Omkar Vasthu
Omkar Vasthu


ତେବେ ଏ ବର୍ଷ ଏକ ନୂତନ ଶୀର୍ଷକ ମର୍ମରେ ସମକାଳର ଉତ୍ତରପିଢିଙ୍କୁ ଉତ୍ସାହିତ କରିବା ପାଇଁ କବିତା, କଥାସାହିତ୍ୟ, ଚିତ୍ରକଳା, ନାଟକ, ନୃତ୍ୟ, ସଂଗୀତ ଏବଂ ସର୍ବୋପରି ପୁସ୍ତକ ଅନୁରାଗୀମାନଙ୍କୁ ନେଇ ବିଭିନ୍ନ ଆଲୋଚନାଚକ୍ର ସ୍ଥାନୀୟ ‘ଗାନ୍ଧୀସ୍ମୃତି ଭବନ’ ଠାରେ କରାଯିବା ସଂଗେ ସଂଗେ ସାମ୍ପ୍ରତିକ ସାହିତ୍ୟର ‘ରୋଡ଼୍ ମ୍ୟାପ୍’ ତିଆରି କରାଯିବା ନିମିତ୍ତ ଏକ ନକ୍ସା ନିର୍ମାଣର ପ୍ରସ୍ତାବ ରଖା ଯାଇଛି। ଏହି ଅବସରରେ ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାେଡ଼ମୀର ପ୍ରାକ୍ତନ ସଭାପତି ଡକ୍ଟର ହୁସେନରବି ଗାନ୍ଧି, ଯଶ୍ବସ୍ବୀ କବି ଓ ଆଲୋଚକ ହରପ୍ରସାଦ ଦାସ, ବର୍ଷିୟାନ୍ କବି ତଥା ସର୍ବପୁରାତନ ସାହିତ୍ୟ ପତ୍ରିକା ‘ଝଙ୍କାର’ର ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି, ପ୍ରବୀଣ କବି ପ୍ରଭାକର ଶତପଥୀ, ସମକାଳର ଚଚ୍ଚିର୍ତ କଥାକାର ସଦାନନ୍ଦ ତ୍ରିପାଠୀ, ଭୀମ ପୃଷ୍ଟି, କବି ଔପନ୍ୟାସିକ ଡକ୍ଟର ଅଜୟ ସ୍ବାଇଁ, ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, କବି ମାନସ ରଞ୍ଜନ ମହାପାତ୍ର, ‘ପକ୍ଷୀଘର’ ପତ୍ରିକାର ବରେଣ୍ୟ ସମ୍ପାଦକ ବନୋଜ ତ୍ରିପାଠୀ, ବରିଷ୍ଠ ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତି, ଅରୁଣ ଜେନା, ଡାୟନା ମହାପାତ୍ର, କବି ଗାଳ୍ପିକ ସରୋଜ ବଳ, ଅମୀୟ ବେଜ୍, କବି ଚିତ୍ତରଞ୍ଜନ ନାୟକ, କିଶୋର ପାଣିଗ୍ରାହୀ ପ୍ରମୁଖ ବହୁ ପ୍ରବୀଣ ତଥା ତରୁଣପିଢିର ସ୍ରଷ୍ଟାମାନେ ଯୋଗଦେବାର ସମ୍ଭାବନା ରହିଛି ବୋଲି ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା କବି ଶ୍ରୀଦେବ ସୂଚନା ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ ଶଶୀକାନ୍ତ ମହାନ୍ତି ଅତିଥିମାନଙ୍କୁ ସ୍ବାଗତ କରିଥିଲା ବେଳେ କବି ଶ୍ରୀଦେବ ଚନ୍ଦ୍ରଭାଗୋତ୍ସବ ପାଳନ ପାଇଁ ଅନୁମତି ଦେଇଥିବାରୁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଶିଷ୍ଟ କବି ମୁରାରୀମୋହନ ସାହୁଙ୍କ ବିୟୋଗରେ ଉପସ୍ଥିତ ସାମ୍ବାଦିକ ଓ କର୍ମକର୍ତ୍ତାମାନଙ୍କୁ ଏକ ମିନିଟ୍ ନିରବ ପ୍ରାର୍ଥନା କରି ସେହି ମହାନୁଭବଙ୍କର ଅମରଆତ୍ମାର ସଦ୍‌ଗତି କାମନା କରିଥିଲେ।

ଏହି ସମ୍ମିଳନୀରେ ଅଧ୍ୟାପକ ପ୍ରେମାନନ୍ଦ ଆର୍ଯ୍ୟବର୍ତ୍ତ, ନାଟ୍ୟକାର ସୁଶାନ୍ତ କୁମାର ଦାସ, କବି ସତ୍ୟ ସାହୁ, ଚିତ୍ରଶିଳ୍ପୀ ମରୁତ ରାଉତ ଏବଂ ନୃତ୍ୟାଶ୍ରୟୀ ରୋନାଲିସା ପଣ୍ତା ବିଭିନ୍ନ ବିଭାଗ କାର୍ଯ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଚନ୍ଦ୍ରଭାଗୋତ୍ସବ ଅବକାଶରେ ସୁଲେଖକ ପରମାନନ୍ଦ ତ୍ରିପାଠୀଙ୍କର ପୁସ୍ତକ ଲୋକାର୍ପଣ ହେବା ସଂଗେସଂଗେ ଓଡ଼ିଆ ତଥା ଅନ୍ୟାନ୍ୟ ଭାଷାଭାଷୀର ବିଭିନ୍ନ ସ୍ରଷ୍ଟାମାନଙ୍କ ପୁସ୍ତକ ଲୋକାର୍ପଣ କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା। ପରିଶେଷରେ ଚନ୍ଦ୍ରଭାଗୋତ୍ସବର ମିଡ଼ିଆ ସଂଯୋଜକ ଜ୍ୟୋତିର୍ମୟୀ ଶତପଥୀ ଉପସ୍ଥିତ ସାମ୍ବାଦିକ ତଥା ଚନ୍ଦ୍ରଭାଗାର କର୍ମକର୍ତ୍ତାମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.