୭୨ତମ ଜିଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ସରକାରଙ୍କ ନିର୍ଦ୍ଦେଶ ଆସିଲେ ପାଳନ ହେବ ଦିବସ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଅନେକ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମ ଓ ପର୍ବପର୍ବାଣୀଗୁଡିକ ବାତିଲ କରାଯାଇଛି । ତେବେ ଆସନ୍ତା ଜାନୁଆରୀ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ସରକାରଙ୍କ ନିର୍ଦ୍ଦେଶକୁ ରହିଛି ଅପେକ୍ଷା । ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ଆଜି ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ୭୨ତମ ଜିଲ୍ଳାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ହେଲେ ପାଳନ ହେବ ଚଳିତ ବର୍ଷର ଗଣତନ୍ତ୍ର ଦିବସ ନଚେତ କରାଯିବ ନାହିଁ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ବୈଠକରେ ପ୍ରକାଶ କରିଛନ୍ତି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା ଗତବର୍ଷ ବୈଠକର ବିବରଣୀ ପାଠ କରିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯଦି ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ନିର୍ଦ୍ଦେଶ ଆସେ ତାହାହେଲେ ପୂର୍ବବର୍ଷ ପରି ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଉକ୍ତ ଦିନ ପ୍ରାତଃ ୫ଘଂଟିକାରେ ସହରର ପ୍ରଧାନ ରାସ୍ତାଗୁଡିକରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୂନ ପ୍ରଚାର କରାଯିବ । ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତକା ଉତୋଳନ କରିବା ଏବଂ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି) ଜିଲ୍ଳା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଜିଲ୍ଳାସ୍ତରୀୟ ଗଣତନ୍ତ୍ର ଦିବସରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତୋଳନ କରାଯିବ । ସେହିପରି ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ ।


ଗତବର୍ଷ ଭଳି ୪୪ଟି ଦଳ ସମ୍ମିଳିତ ପ୍ୟାରେଡରେ ଅଂଶଗ୍ରହଣ କରିବେ ଏବଂ ପ୍ରଞାପନ ମେଢଗୁଡିକର ମଧ୍ୟ ପ୍ରଦର୍ଶନ କରାଯିବାକୁ ସ୍ଥିର କରାଯାଇଛି । ପ୍ୟାରେଡ ପଡିଆରେ ଶାରିରୀକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ,ପ୍ୟାରେଡ ପଡିଆର ସାଜସଜ୍ଜା,ବାରିକେଟ୍ ନିର୍ମାଣ ଓ ପତକା ମଣ୍ଡପର ମରାମତି,ପାନୀୟ ଜଳ ଯୋଗାଣ,ଫଳ ଓ ମିଷ୍ଟାନ ବଂଟନ,ପ୍ୟାରେଡ ପଡିଆରେ ଫାଷ୍ଟଏଡ୍ ଓ ଜଳ ସିଂଛନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା,ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ,ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅନନ୍ତ ନାରାୟଣ ରଥ,ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଡାକ୍ତର ଭି.ଏଲ.ଏନ.ରାଜୁ,ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଡଃ,ଦୁଷ୍ମନ୍ତ କୁମାର ମହାନ୍ତି,ରାଜେଶ କୁମାର ପାଢୀ,ଆଇନଜିବୀ ବ୍ରଜସୁନ୍ଦର ନାୟକ,ଲାବଣ୍ୟ ମୋହନ ପଟ୍ଟନାୟକଙ୍କ ସମେତ ଅନ୍ୟ ସଭ୍ୟସଭ୍ୟା ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.