ମାଟ୍ରିକ୍ ପରୀକ୍ଷାର୍ଥିଙ୍କ ସଫଳତା ପାଇଁ ବୈଠକ

କଳାହାଣ୍ଡି, (ନିରଞ୍ଜନ ଗଉଡ): ୨୦୨୧ ମାଟ୍ରିକ୍ ପରୀକ୍ଷାରେ ନର୍ଲା ବ୍ଲକର ଛାତ୍ରଛାତ୍ରୀ କିପରି ସଫଳ ହୋଇପାରିବେ ଏହାକୁ ଦୃଷ୍ଟିରେ ରଖି ନର୍ଲା ବ୍ଲକ ଶିକ୍ଷାଧିକାରୀ ନିରୁପମା ଦୋରାଙ୍କ ନେତୃତ୍ୱରେ ବ୍ଲକ ସାଧନ କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଇଓ ଶ୍ରୀମତୀ ଦୋରାଙ୍କ ନେତୃତ୍ୱରେ ଏକ ୮ ଜଣିଆଁ ଟାକ୍ସ ଟିମ୍ ଗଠନ କରାଯାଇଅଛି । ସେମାନେ ନିକଟବର୍ତ୍ତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ମିଶି କାର୍ଯ୍ୟ କରିବେ । ଏହା ସହ ଛାତ୍ରଛାତ୍ରୀ ଙ୍କୁ ନୈତିକ ଶିକ୍ଷା, ମାନସିକ ଚାପ ହ୍ରାସ, ମନରେ ଉତ୍ସାହ ଓ ସକରାତ୍ମକ ଭାବନା ସୃଷ୍ଟି କରିବା ପାଇଁ ଦଳ ଗଠନ କରି ପ୍ରତ୍ୟେକ ବିଦ୍ୟାଳୟକୁ ଯିବା ପାଇଁ ନିଷ୍ପତି ହୋଇଥିବା ଜଣାପଡିଅଛି । ଶିକ୍ଷଣସ୍ତର ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ୩ ଭାଗରେ ବିଭକ୍ତ କରି ଶିକ୍ଷାଦାନ, ପ୍ରତ୍ୟେକ ଶିକ୍ଷକ ୧୦ଜଣ ଲେଖାଏଁ ପରୀକ୍ଷାର୍ଥିଙ୍କୁ ଅଧିଗ୍ରହଣ ଓ ବିଦ୍ୟାଳୟକୁ ଆଦୌ ଆସୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ବ୍ୟତୀତ ଶିକ୍ଷା ଦର୍ପଣ, ପରୀକ୍ଷା ଦର୍ପଣ, ନର୍ଲା ଶିକ୍ଷା ବିଭାଗ ତରଫରୁ ପ୍ରସ୍ତୁତ ଡିଜିଟାଲ୍ କନ୍‌ଟେଂଟ୍ ର ବ୍ୟାପକ ବ୍ୟବହାର ପାଇଁ ପ୍ରସ୍ତାବ ଅଣାଯାଇଥିଲା । ଆଗାମୀ ଦିନରେ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ହେବାକୁ ଥିବା ବୈଠକରେ ଆଲୋଚନା କରି ଏସବୁ କାମ କରାଯିବ ବୋଲି ବିଇଓ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ନର୍ଲା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ଶ୍ରୀମତି ଅର୍ଚନା ଦାଶ, କିଶୋର କୁମାର ସାହୁ, ରମାକାନ୍ତ ଦାସ, ବୃନ୍ଦାବନ ପଧାନ, ସାରଙ୍ଗଧର ଠାକୁର, ମୃତ୍ୟୁଞ୍ଜୟ ବେହେରା ଓ ସନ୍ତୋଷ କୁମାର କର ଯୋଗଦେଇ ନିଜ ନିଜର ମୂଲ୍ୟବାନ ମତପୋଷଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.