ଜୁନାଗଡ଼: କରୋନା ସଂକଟ ସମୟରେ ଅସହାୟ ଲୋକଙ୍କୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରିଛି ଓଡିଶା ମୋ-ପରିବାର। ଓଡିଶା ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜୁନାଗଡ଼ ଓ ଗୋଲାମୁଣ୍ଡା ବ୍ଲକର ଗ୍ରାମପଞ୍ଚାୟତ ମାନଙ୍କରେ ସାମାଜିକ ଦୂରତ୍ୱ ରଖି ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଚିଙ୍ଗୁଡ଼ି ସର, କେନ୍ଦୁ ପାଟି, ମହିଚଲା, ତଳମଲା, ନାନ୍ଦୋଲ ଗ୍ରାମ ଠାରେ ନିରୀହ ଅସହାୟ ପରିବାରକୁ ଚିହ୍ନଟ କରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପଠାଇଥିବା ରାସନ ସାମଗ୍ରୀ ବଣ୍ଟନ କରିଥିଲେ।ଏହି ଜନ ହିତକର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭବାନୀପାଟଣାର ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ, ଜୁନାଗଡ଼ର ପୂର୍ବତନ ଅଧ୍ୟକ୍ଷ ମହେଶ ସାହୁ, ସରପଞ୍ଚ ଅଜୟ ବେହେରା, ଦୀନେଶ ବଗର୍ତି, ରୋହିତ, ସୁନାନୀ, କାମାକ୍ଷ ପ୍ରଧାନୀ, ବାପି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in