ଲାଞ୍ଜିଗଡ଼: ପୋଖରୀବନ୍ଧରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଢେପଗୁଡା ଘାଟି ମଙ୍ଗଳା ମନ୍ଦିର ନିକଟରେ ଏକ ଇନୋଭା ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଗୋଟି ମାଲ୍ ବୋଝେଇ ଟ୍ରକ ଏକ ଇନୋଭା କାର୍କୁ ଧକ୍କା ଦେବାରେ ଫଳରେ ଇନୋଭା ସାମ୍ନା ପଟେ ଚୁର୍ ମାର୍ ହୋଇଯାଇଛି। ଆଜି ରାୟଗଡ଼ା ପଟୁ ଆସୁଥିବା ଏକ ଆଲୁମିନା ବୋଝେଇ ଟ୍ରକ ଭବାନୀପାଟଣାରୁ ଲାଞ୍ଜିଗଡ଼କୁ ଯାଉଥିବା ଏକ ଇନୋଭା କାରକୁ ଧକ୍କା ଦେଇ ଓଲଟି ପଡିଥିଲା। ଏହିପରି ପଛ ପଟରୁ ଆସୁଥିବା ମାଲ୍ ବୋଝେଇ ଟ୍ରକ ପଛପଟୁ ଇନୋଭାକୁ ଧକ୍କା ଦେବା ସହ କିଛି ଦୁର ଘୋଷାଡି ନେଇଥିଲା। ଫଳରେ ଇନୋଭା କାର ଟି ଚୁର୍ ମାର୍ ହୋଇଯାଇଛି। ତେବେ ସୋଭାଗ୍ୟ ବସତ ଇନୋଭା କାର ରେ ଥିବା ଲାଞ୍ଜିଗଡ଼ ବ୍ଲକ୍ ବସନ୍ତପଡାର ଯୁବ ଠିକାଦାର ଚାଞ୍ଚେର ମାଝୀ ତଥା ତାଙ୍କ ସହଯୋଗୀ ମାନଙ୍କ କିଛି କ୍ଷତି ହୋଇନାହିଁ। ତେବେ ଚୁର୍ ମାର୍ ହୋଇଥିବା ଇନୋଭା କାର ରାସ୍ତା ଉପରେ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ବିଶ୍ଵନାଥପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ରାସ୍ତା ଉପରେ ଦୁଇଟି ଟ୍ରକ ଓଲଟି ପଡିଥିବା ବେଳେ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in





