ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପାଇବେ ଧର୍ମଗଡ ଉପଖଣ୍ଡବାସୀ, ଦୂର ହୋଇପାରେ ଲୋ ଭୋଲ୍ଟେଜ ସମସ୍ୟା

କୋକସରା, (ହିରଣ୍ୟ ବେହେରା): ବହୁ ପ୍ରତିକ୍ଷୀତ ଡ଼େଙ୍ଗାଗୁଡ଼ାରୁ ବେହେରା ୩୩କେଭି ଗ୍ରୀଡ଼ ସବଷ୍ଟେସନ ଯାହା ଧର୍ମଗଡ଼କୁ ସଂଯୋଗ ହୋଇଛି ଆଜି (ରବିବାର) ଏହି ଗ୍ରୀଡ଼ର ଶୁଭ ଉଦଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କରକମଳରେ ଏହି ଗ୍ରୀଡ଼ ସବଷ୍ଟେସନର ଶୁଭଉଦଘାଟନ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ନିଜ ଜିଲ୍ଲାରୁ ଉତ୍ପାଦିତ ବିଦ୍ୟୁତ ନିଜ ସହର, ଗାଁ ଗଣ୍ଡାରେ ଦେଖିବାକୁ ମିଳିବ। ଯାହା ଜନସାଧାରଣଙ୍କ ଭିତରେ ଉତ୍ସାହ ଖେଳିଯାଇଛି। ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପୂର୍ବରୁ ଜୟପାଟଣା ବାନେର ଗ୍ରୀଡ଼ ରୁ ଡ଼େଙ୍ଗାଗୁଡ଼ା ପର୍ଯ୍ୟନ୍ତ ସଂଯୋଗ ହୋଇଥିଲା। ବର୍ତ୍ତମାନ ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳ ପାଇଁ ବେହେରାକୁ ୩୩କେଭି ବିଦ୍ୟୁତ ସଂଯୋଗ କରାଯାଇଛି, ଯାହା ଲୋ ଭୋଲ୍ଟେଜ ସମସ୍ୟା ଦୂର ହେବା ସହ ବାରମ୍ବାର ବିଦ୍ୟୁତ କାଟ ଭଲି ସମସ୍ୟା ଦୂର ହେବ। ଏହି ଗ୍ରୀଡ଼ ଯୋଗୁଁ ଧର୍ମଗଡ଼ ଉପଖଣ୍ଡ ର ପ୍ରାୟ ୫୪ ଖଣ୍ଡ ଗାଁର ୩୦ ହଜାର ରୁ ଉର୍ଦ୍ଧ ଉପଭୋକ୍ତା ଉପକୃତ ହେବେ।

Udyog Nursery
Udyogi Nursery


ଆଜି ଏହି ଗ୍ରୀଡ଼ର ଶୁଭ ଉଦଘାଟନ ସମୟରେ ଧର୍ମଗଡ଼ ବିଧାୟକ ମୌସଧି ବାଗ, କଳାହାଣ୍ଡି ଜିଲ୍ଲାପାଳ ଗାଭାଳି ପରାଗ ହର୍ଷଦ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀ, ସରପଞ୍ଚ ସୁଚିତ୍ରା ଗୋପାଳ ଓ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.