ଜଙ୍ଗଲି ହାତୀ ଉପଦ୍ରବ: ଧାନ କ୍ଷେତ ସହ ପଲ୍ଲା ଘାରିକୁ ମାଡି କଲେ ନଷ୍ଟ 

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସହରଠାରୁ ମାତ୍ର ୧ କିମି ଦୂରରେ ଥିବା ରାହୁଳ ଝିମିରି ଜଙ୍ଗଲରେ ବେଶ କିଛି ଦିନ ହେଲା ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଲାଞ୍ଜିଗଡ଼ ନିକଟସ୍ଥ ଡଙ୍ଗାମୁଣ୍ଡି ଅଞ୍ଚଳର ଜମିରେ ଥିବା ଧାନ ପଲ୍ଲା ଘାରି ଓ ଗୋଇପଟା ଗାଁରେ ଥିବା ଚାଷ ଜମିକୁ ସମ୍ପୂର୍ଣ୍ଣ ଭାବେ ମାଡ଼ି ଚକଟି ନଷ୍ଟ କରି ଦେଇଛନ୍ତି ଜଙ୍ଗଲୀ ହାତୀ। ସୂଚନା ମୁତାବକ ଲାଞ୍ଜିଗଡ଼ର ଚାଷୀ ହରିଶ୍ଚନ୍ଦ୍ର ମୁଣ୍ଡଛିନା ଚଳିତ ବର୍ଷ ଜଣେ ମାଲିକଙ୍କଠାରୁ ଭାଗ ଚାଷ ପାଇଁ ସାଢ଼େ ୪ ଏକର ଜମି ଆଣିଥିଲା।ଏହି ଜମିରେ ଧାନ ଫସଲ ପାଇଁ ୩ କ୍ୱିଣ୍ଟାଲ ୨୦ କେଜି ବିହନ ଆଣି ପଲ୍ଲା ପକାଇ ଥିଲା। ଆସନ୍ତା ଶୁକ୍ରବାର ଦିନ ଜମିରେ ଧାନ ଲଗାଇବାର ଥିଲା। କିନ୍ତୁ ରାତିରେ ନିକଟସ୍ଥ ରାହୁଳ ଝିମିରି ଜଙ୍ଗଲରୁ ୪ ରୁ ୬ ଗୋଟି ବଣୁଆ ହାତୀ ଆସି ହରିଶ୍ଚନ୍ଦ୍ର ମୁଣ୍ଡଛିନାଙ୍କ ଧାନ ପଲ୍ଲା ଘାରିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି।ସେହିପରି ନିକଟରେ ଥିବା ଲାଞ୍ଜିଗଡ଼ର ସମନାଥ ଡମ୍ବବିଶିଙ୍କ ୬୦ କେଜି ବିହନର ଧାନ ପଲ୍ଲା ଘାରିକୁ ମଧ୍ୟ ନଷ୍ଟ କରିବା ପରେ ଗୋଇପଟା ଗାଁର ଅଚୁତ ମାଝୀର ଦୁଇ ଦିନ ତଳେ ଲଗାଯାଇଥିବା ୨ ଏକର ଧାନ ଜମିରେ ପସି ମାଡି ଚକଟି ନଷ୍ଟ କରିବା ସହ ଲଗାଇବା ପାଇଁ ରଖିଥିବା ଧାନ ପଲ୍ଲାକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି।

Omkar Vasthu
Omkar Vasthu


ଖବର ପାଇ ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଗତ କାଲି ଲାଞ୍ଜିଗଡ଼ ପାତ୍ର ପଡାର ଧନୁଜୟ ପ୍ରଧାନୀ ଓ ରାଜା ପଡାର ଧାନମଣି ମାଝୀ ଓ କେଶବ ମାଝୀ ସେହି ରାହୁଳ ଝିମିରି ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ। ଠିକ ଏହି ସମୟରେ ଜଙ୍ଗଲରେ ୩ ଗୋଟି ହାତୀ ଦେଖି ଛେଳି ପଲ୍ଲକୁ ଛାଡି ଜୀବନ ବିକଳରେ ଘଟଣା ସ୍ଥଳରୁ ଚାଲି ଆସିଥିଲେ। ବର୍ତ୍ତମାନ ୪ ଗୋଟି ଛେଳି ଜଙ୍ଗଲ ମଧ୍ୟରେ ରହିଯାଇଛି ବୋଲି ଧନଞ୍ଜୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ହାତୀମାନେ ଲାଞ୍ଜିଗଡ଼ ସେକ୍ସନ ଝିମିରି ଜଙ୍ଗଲ ଠାରୁ ମୂଷାନାଳ ସେକ୍ସନ ବୋରି ଜଙ୍ଗଲ ପଟେ ଯାଇଥିବା ଲାଞ୍ଜିଗଡ଼ ବନପାଳ ବୃଷବ ବେଶ୍ରା ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଅନ୍ୟପକ୍ଷରେ ଚଳିତ ବର୍ଷ ଲାଞ୍ଜିଗଡ଼ ସମବାୟ ସମିତି(ଲ୍ୟାମ୍ପସ)ରେ ଧାନ ବିହନ ଚାଷୀଙ୍କୁ ମିଳିନଥିବା ବେଳେ ଚାଷୀ ଧାର ଉଧାର କରି ଚଢା ଦରରେ ରାୟଗଡା ଜିଲ୍ଲା ମୁନିଗୁଡାଠାରୁ ବିହନ ଆଣି ପଲ୍ଲା ପକେଇ ଥିଲେ। ବର୍ତ୍ତମାନ ଚାଷୀଙ୍କ ଧାନ ପଲ୍ଲାକୁ ହାତୀ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବର୍ତ୍ତମାନ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି। ଏଣୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କିଛି କ୍ଷତି ପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.