ରାୟଗଡା : ୧୮ଦଫା ଦାବି ନେଇ ମାଲିଗାଁ ଗ୍ରାମବାସୀଙ୍କ ରିଲେ ଅନଶନ

  • କମ୍ପାନୀ ଅଛି, ଖଣି ବି ଅଛି; ହେଲେ ଗାଁର ବିକାଶ ନାହିଁ

  • କୋଟି କୋଟି ଟଙ୍କାର ମୁନାଫା କମାଉଛି କମ୍ପାନୀ, ମାଇନ୍ସ ଧୂଳିର ଭାତ ଖାଉଛନ୍ତି ଗ୍ରାମବାସୀ

ରାୟଗଡା,୧୮/୨: ଶିଳ୍ପାନୁଷ୍ଠାନଗୁଡିକ ଗଢି ଉଠିଲେ କୁହାଯାଏ ଯେ ଉକ୍ତ ଅଂଚଳର ବିକାଶକ ଆଉ ରୋକି ହେବ ନାହିଁ କାରଣ ଉକ୍ତ ଅଂଚଳରେ କମ୍ପାନୀ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟଗୁଡିକ ଦ୍ୱିଗୁଣିତ ହୋଇଯାଏ । ସରକାର ନିଜ ଯୋଜନାରେ ଓ କମ୍ପାନୀ ନିଜ ପାରିପାଶ୍ୱିର୍କ ସାମାଜିକ ଦାୟିତ୍ୱବୋଧ ନିୟମାନୁସାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିକାଶର ଆଲୁଅରେ ଉଜ୍ଜଳ କରିଥାନ୍ତି । ତେବେ ମାଲିଗାଁ ଭଳି ଗ୍ରାମରେ ଏବେ ବି ପଡିନି ସେହି ବିକାଶର ଉଜ୍ଜଳ । ଫଳରେ ଗ୍ରାମବାସୀ ଦେଖିନାହାନ୍ତି କଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନ । ଯାହାକୁ ନେଇ ୧୮ଦଫା ଦାବି ଉପସ୍ଥାପନା କରି ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଶହେମିଟର ଦୂରତାରେ ରାସ୍ତାକଡରେ ବସି ଆରମ୍ଭ କରିଛନ୍ତି ରିଲେ ଅନଶନ । ୧୫ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଙ୍ଗର ଷ୍ଟ୍ରାଇକ୍ରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି । ରାୟଗଡା ଜିଲ୍ଳା କାଶିପୁର ବ୍ଳକର ଦୋରାଗୁଡା ଠାରେ ଦୀର୍ଘ ୨୭ବର୍ଷ ତଳେ ଗଢିଉଠିଥିଲା ଉତ୍କଳ ଆଲୁମିନା କମ୍ପାନୀ । କାଶିପୁର ବ୍ଳକରେ ଥିବା ବାଫଳମାଳି ପାହାଡରୁ ବକ୍ସାଇଟ୍ ଖଣି ଉତୋଳନ ପାଇଁ କମ୍ପାନୀ ପାଇଛି ଅନୁମତି । ଏଥିସହ ଖଣି ଅଂଚଳରେ ଥିବା ସମସ୍ତ ଗ୍ରାମରେ ସିଏସଆର ପଲିସି ଅନୁଯାୟୀ ଗ୍ରାମଗୁଡିକର ଉନ୍ନୟନମୂଳକ କାର୍ଯ୍ୟଗୁଡିକ କରିବା ପାଇଁ ସରକାରଙ୍କ ସହ ହୋଇଥିଲା ଚୁକ୍ତିନାମା । ତେବେ କମ୍ପାନୀ ନିର୍ମାଣ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଅବହେଳା ହୋଇ ପଡି ରହିଛି ଚନ୍ଦ୍ରଗିିରି ଗ୍ରାମ ପଂଚାୟତ ଅର୍ନ୍ତଗତ ମାଲିଗାଁ । ଗ୍ରାମରେ ୯୦ଟି ଘର ପରିବାର ବସବାସ କରୁଛନ୍ତି । ଏଠାର ଗ୍ରାମବାସୀମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିକାଶ ଯୋଜନାଗୁଡିକ ଜାଣି ନ ଥିବା ବେଳେ କମ୍ପାନୀ ମଧ୍ୟ ଏହାର ସୁଯୋଗ ନେଇ କେବଳ କାଗଜ କଲମରେ ସିଏସଆର ଏକ୍ଟିଭିଟିଜ୍ ସରକାରଙ୍କୁ ପ୍ରେରଣ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ରିଲେ ଅନଶନରେ ବସିଥିବା ମାଲିଗାଁ ଗ୍ରାମବାସୀମାନେ ପ୍ରଧାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଳାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉଦ୍ଦେଶ୍ୟରେ ୧୮ଦଫା ଦାବି ପୂରଣ କରିବା ପାଇଁ ଦାବି କରିଛନ୍ତି । ମାଲିଗାଁରେ ସରକାର କିମ୍ବା କମ୍ପାନୀ ପକ୍ଷରୁ ଉଚ୍ଚ ବିଦ୍ୟାଳୟର ବ୍ୟବସ୍ଥା କରିବା,ସରକାର/କମ୍ପାନୀ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା,ଗ୍ରାମକୁ ପକ୍କାରାସ୍ତା ନିର୍ମାଣ କରିବା,ଖଣି ପାହାଡର ବୃକ୍ଷଲତା କାଟିଥିବାରୁ ପାହାଡର ଧୂଳି ଆସି ପିଇବା ପାଣି ଠାରୁ ଆରମ୍ଭ କରି ଚାଷଜମିରେ ପଡୁଥିବାରୁ ଉଭୟ ଉପଯୋଗୀ ହେଉ ନ ଥିବାରୁ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ନଷ୍ଟ ହେଉଥିବା ଫସଲର କ୍ଷତିପୂରଣ ପ୍ରଦାନ କରିବା,ସ୍ଥାନୀୟ ଅଂଚଳରେ ଲଣ୍ଡା ପାହାଡଗୁଡିକରେ ବୃକ୍ଷରୋପଣ କରି ପରିବେଶକୁ ପ୍ରଦୁଷଣମୁକ୍ତ କରିବା,କମ୍ପାନୀରେ ଯୋଗ୍ୟତାଭିତିକ ଗ୍ରାମର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା,ଜମି ଅଧୀଗ୍ରହଣର କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା,ମାଇନ୍ସ ମାଟିରେ ପୋତି ହୋଇଥିବା ଚାଷଜମିରୁ ମାଟି କଢାଯାଇ ଜମିକୁ ହସ୍ତାନ୍ତର କରିବା,ମାଇନ୍ସର ଅଳିଆ ଆର୍ବଜନା,ବିଷାକ୍ତ ଜଳ ଓ ବର୍ଜବସ୍ତୁକୁ ନିଷ୍ପାସିତ କରିବାର ଅନ୍ୟ ଉପାୟ ବାହାର କରିବା,ଗ୍ରାମବାସୀଙ୍କୁ ପ୍ରଦାନ କରାଯାଉଥିବା ୧୦୦୦ଟଙ୍କା ଭତା ବଦଳରେ ୨୩୦୦ଟଙ୍କା ଭତା ପ୍ରଦାନ କରିବା,ଗୃହପାଳିତ ପଶୁଙ୍କ ପାଇଁ ଗୋଚର ଭୂମି ପ୍ରଦାନ କରିବା ଓ ଜମିପଟ୍ଟା ସହ ଗ୍ରାମର ଉନ୍ନତି ପାଇଁ ଆସିଥିବା ଅନୁଦାନର ବ୍ୟୟବରାଦକୁ ସିବିଆଇ ଦ୍ୱାରା ତଦନ୍ତ କରିବା ଇତ୍ୟାଦି ଉଲ୍ଳେଖ କରାଯାଇଛି । ବିଶେଷ କରି କମ୍ପାନୀରେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବର୍ଷକର ଅଧିକାଂଶ ଦିନ ଗ୍ରାମବାସୀମାନେ ଚାଲିଯାଉଥିବାରୁ ଗ୍ରାମର ବିକାଶକୁ ନେଇ ବେଫିକର ଭାବେ ଉକô୍ଳ ଆଲୁମିନା କମ୍ପାନୀ ଚୁପଚାପ ହୋଇ ରହିଯାଇଥିବା ମାଲିଗାଁ ଗ୍ରାମ ସୁରକ୍ଷା ମଂଚର ସଭାପତି ବିଶ୍ୱ ଧାଙ୍ଗଡାମାଝି,ସଂପାଦକ ଦୀନବନ୍ଧୁ ମାଝି,ଉପସଭାପତି ସଦନ ମାଝି ପ୍ରକାଶ କରିଥିବା ବେଳେ ଆଜି ଦ୍ୱିତୀୟ ଦିନର ଅନଶନରେ ଚିତ୍ର ମାଝି,କୃଷ୍ଣ ଚାଲାଣ,କୁନୁ ମାଝି ଓ ବିଶ୍ୱ ଚାଲାଣ ବେକରେ ଫୁଲମାଳ ଦେଇ ଧାରଣାରେ ବସିଛନ୍ତି ।

Omkar Vasthu
Omkar Vasthu

ରାୟଗଡାରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Udyog Nursery
Udyogi Nursery

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.