କଲ୍ୟାଣ ବିଭାଗ ଶିକ୍ଷକ ସଂଘ ପକ୍ଷରୁ ମୃତ ୫ଜଣ ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ରାୟଗଡା, ୭|୯, (ଶିବ ନାରାୟଣ ଗୈାଡ): ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ରାୟଗଡ ଜିଲ୍ଳା ଶାଖା ପକ୍ଷରୁ ଗୁରୁଦିବସ ଅବସରରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷ ଠାରେ କଲ୍ୟାଣ ବିଭାଗର ଦିବଂଗତ ୫ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କ ପରିବାରକୁ ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଶିକ୍ଷା ମଣ୍ଡଳଧିଶ ବିନୋଦ ବିହାରୀ ପଟ୍ଟନାୟକ, ଶିକ୍ଷାଧିକ ଶ୍ୟାମଘନ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।


ସର୍ବପ୍ରଥମେ କରୋନାରେ ମୃତ୍ୟୁବରଣ କରିଥିବା ଶିକ୍ଷକଶିକ୍ଷୟତ୍ରୀମାନଙ୍କ ନିମନ୍ତେ ଶ୍ରଦ୍ଧାଂଜଳି ପୂୂର୍ବକ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଗୁରୁଦିବସ ଅବସରରେ ଶିକ୍ଷକମାନେ ଗୁରୁତୁଲ୍ୟ । ସେମାନେ ସେମାନଙ୍କ କାର୍ଯ୍ୟରେ ଆଜିର ଦିନରେ ଜଣେ ଦକ୍ଷ ଶିକ୍ଷକ ଭାବେ କାମ କରିବା ଉଚିତ ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସେହିପରି ଶିକ୍ଷା କ୍ଷେତ୍ରରେ ଆମ ଜିଲ୍ଳାର ଶିକ୍ଷକମାନେ ଦାୟିତ୍ୱବାନ ବୋଲି ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥି ପ୍ରକାଶ କରିଥିବା ବେଳେ ଆମ ଜିଲ୍ଳାରେ କଲ୍ୟାଣ ବିଭାଗରେ ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଭଲ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇ ଜିଲ୍ଲାର ନାମକୁ ଗୈାରବାନ୍ୱିତ କରିଥିବାରୁ ଜିଲ୍ଳାରେ ଶିକ୍ଷକ ତଥା ଗୁରୁମାନଙ୍କ ଦାୟିତ୍ୱ ସଠିକ୍ ପରିଚାଳନା ହେଉଥିବା ଶିକ୍ଷା ମଣ୍ଡଳାଧୀଶ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ।


ଏହି କାର୍ଯ୍ୟକ୍ରମରେ ଜିଲ୍ଳା କଲ୍ୟାଣ ବିଭାଗ ଶିକ୍ଷକ ସଂଘ ପକ୍ଷରୁ ଦିବଂଗତ ୫ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କ ପରିବାର ବର୍ଗଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ସମ୍ମାନୀତ କରାଯାଇଥିବା ବେଳେ ପ୍ରତି ପରିବାର ପାଇଁ ୧ଲକ୍ଷ ୩୫ହଜାର ଟଙ୍କା ଆର୍ଥିକ ସହାୟତା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏଥିରେ ଜଣେ ମୃତ ଅସ୍ଥାୟୀ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ୭୫ହଜାର ଟଙ୍କା ଓ ଅନ୍ୟ ୪ଜଣ ନିଧନ ହୋଇଥିବା ଶିକ୍ଷକଙ୍କ ପ୍ରତି ପରିବାର ବର୍ଗଙ୍କୁ ୧୫ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।


ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡ ଜିଲ୍ଳା କଲ୍ୟାଣ ବିଭାଗର ଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁ ଏବଂ ବିପିନବିହାରୀ ବିଶ୍ୱାଳଙ୍କୁ ଜିଲ୍ଳାର ଶ୍ରେଷ୍ଠ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଥିବାରୁ ଏହି ଉତ୍ସବରେ ଜିଲ୍ଳାପାଳ ପୁଷ୍ପଗୁଚ୍ଛ ଦେଇ ଦୁଇ ଶିକ୍ଷକଙ୍କୁ ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦ୍ୱିତୀଚନ୍ଦ୍ର ସାହୁ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ସଭାପତି ବିଶିକେସନ ବାଗ, ଜିଲ୍ଳା ସଭାପତି ମନୋଜ ଗମାଙ୍ଗ, କାର୍ଯ୍ୟକାରୀ ସଭାପତି ବାମନ ମୂର୍ତି, ଉପସଭାପତି ପ୍ରଦୀପ କୁମାର ଚୈାଧୁରୀ, ସାଧାରଣ ସଂପାଦକ ଟି.ବଦାନା, ସଂପାଦକ ପି.ଶ୍ରୀନିବାସ ରାଓ, ଜିଲ୍ଳାର ବରିଷ୍ଠ ଶିକ୍ଷକ ନିରସିଂହ ମିଶ୍ର, ସଂଜୟ ବେହେରା, ଦିଲ୍ଳିପ ଚୈାଧୁରୀ, ମୋହନ କେରମେରିକା, ଡମ୍ବୁର ମାଳବିଶି, ରାମଚନ୍ଦ୍ର ପାଢି, ଏମ. ଶିବ ପ୍ରସାଦ, ରମାକାନ୍ତ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି, ରାୟଗଡ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ସଂଘ ପକ୍ଷରୁ ଗତବର୍ଷ କରୋନା ସହାୟତା ବାବଦକୁ ରାଜ୍ୟ ସରକାରଙ୍କୁ ୭ଲକ୍ଷ ୪୧ହଜାର ୧୧ଟଙ୍କା ପାଣ୍ଠି ପ୍ରଦାନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.