ଧରାପଡୁ ନାହାନ୍ତି ନର୍ଲା ର ନକଲି ଶିକ୍ଷକ: ବିଭାଗୀୟ ତଦନ୍ତରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଶିକ୍ଷା ସଚୀବ ନିର୍ଦ୍ଦେଶ ଦେଇଥିବା ବେଳେ କଳାହାଣ୍ଡିରେ ରେକର୍ଡ ସଂଖ୍ୟକ ନକଲି ଶିକ୍ଷକ ରହି ଚାକିରୀ କରୁଥିବା ଜଣାପଡିଛି । ସାରା ଜିଲ୍ଲାରେ ୧୦୦୦ ରୁ ଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକ ଚାକିରୀ କରି ସରକାରଙ୍କର କୋଟି କୋଟି ଟଙ୍କା ହଡପ୍ କରି ସାରିଥିବା ବେଳେ ପ୍ରକୃତ ଯୋଗ୍ୟ ଶିକ୍ଷିତ ଯୁବକ/ଯୁବତୀ ମାନେ ନିଯୁକ୍ତିରୁ ବାଦ୍ ପଡିଛନ୍ତି । ନେଡିଗୁଡ କହୁଣୀକୁ ବୋହିଯିବା ପରେ ଏବେ ସରକାରଙ୍କର ଚେତା ପଶିଛି । ଏମିତି ରେ ବି ଜିଲ୍ଲାର ବିଭାଗୀୟ ଅଧିକାରୀ ମାନେ ନକଲି ଶିକ୍ଷକଙ୍କୁ ଜାଣି ନାହାନ୍ତି । ଆଉ ଏବେ ସାର୍ଟିଫିକେଟ ଯାଞ୍ଚ କରି ସାରିବା ପରେ ସେମାନଙ୍କୁ ଚିହ୍ନଟ କରି ଏକ୍ସନ ନେବ ପ୍ରଶାସନ । ଏହା ପ୍ରକୃତରେ ଧର୍ମକୁ ଆଖିଠାର ସଦୃଶ ବୋଲି ଶିକ୍ଷକ ମହଲରେ ଆଲୋଚନା ହେଉଛି । ଜିଲ୍ଲାର ସମସ୍ତ ନକଲି ଶିକ୍ଷକଙ୍କୁ ଜିଲ୍ଲା ସ୍ତରୀୟ ଅଧିକାରୀ ବେଶ ଭଲ ଭାବରେ ଜାଣି ଘଣ୍ଟ ଘୋଡାଇ ସୁରକ୍ଷା ଦେଇ ଆସୁଥିବା ଶିକ୍ଷକ ମହଲରେ ଆଲୋଚନା ହେଉଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେ ମଧ୍ୟ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକଙ୍କ ସଂଖ୍ୟା କମ୍ ନୁହଁ । ଏକ ଗୁପ୍ତ ଆକଳନରୁ ଜଣାପଡିଛି ଯେ ନର୍ଲାରେ ନକଲି ଶିକ୍ଷକ ୮୦ ରୁ ଉର୍ଦ୍ଧ୍ବ ରହିଛନ୍ତି । ପ୍ରକୃତରେ ଯଦି ଶିକ୍ଷା ବିଭାଗ ସ୍ୱଚ୍ଛତାର ସହିତ ସାର୍ଟିଫିକେଟ ଯାଞ୍ଚ କରିବ ତା ହେଲେ ନକଲି ଶିକ୍ଷକଙ୍କ ପୋଲପଟ୍ଟି ଖୋଲିବା ନିଶ୍ଚିତ ପ୍ରାୟ । ନିଯୁକ୍ତି ସମୟରୁ ନକଲି ଶିକ୍ଷକ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ମାନେ ଏବଂ ବାର୍ଷିକ ମୋଟା ଅଙ୍କର ପାଉଣା ନେଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ବୋଲି ବିଭିନ୍ନ ସମୟରେ ଶିକ୍ଷକ ମହଲରୁ ମଧ୍ୟ ଅଭିଯୋଗ ହୋଇଆସୁଛି ।

Omkar Vasthu
Omkar Vasthu

ଗତ ୨୦୧୯ ଜୁଲାଇ ମାସରେ ଏଭଳି ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରୀୟା ଆରମ୍ଭ ହୋଇଥିଲେ ମଧ୍ୟ କୌଣସୀ ଜଣେ ବି ନକଲି ଶିକ୍ଷକକୁ ଠାବ କରି ପାରିନଥିଲା ଶିକ୍ଷା ବିଭାଗ । ଏବେ ପୁଣି ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇଛି ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରୀୟା । ଏହା ଆଜି ୧୭/୯ ଶୁକ୍ରବାର ଶେଷ ହେବ ବୋଲି ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ରେ ସର୍ବାଧିକ ନକଲି ଶିକ୍ଷକ ନିଯୁକ୍ତି ପାଇଥିବା ଜଣାପଡିଥିବା ବେଳେ ନର୍ଲା ବ୍ଲକ୍ ର ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦୁଇଗୋଟି ୟୁପି ସ୍କୁଲ, ବାଲସିଙ୍ଗା ହାଇସ୍କୁଲ, ବାଗପୁର, କୁର୍ମେଲ, ଘୋଡାବନ୍ଧ, ଉଲିକୁପା, ନିଶାଣପୁର ଗ୍ରାମ ପଞ୍ଚାୟତ ପ୍ରଭୃତି ବିଦ୍ୟାଳୟ ଗୁଡିକରେ ମଧ୍ୟ ନକଲି ସିଟି ଓ ବିଇଡି ସାର୍ଟିଫିକେଟ ଧାରୀ ଶିକ୍ଷକ କାର୍ଯ୍ୟରତ ରହିଥିବା ଅଲୋଚନା ହେଉଛି । ୨୦୦୫ ରେ ନିଯୁକ୍ତି ପାଇ ୨୦୧୧ ରେ ନିୟମିତ ହୋଇଥିବା ବ୍ୟାଚ୍ ର ଶିକ୍ଷକଙ୍କ ମଧ୍ୟରେ ଅନେକ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକ ରହିଥିବା ଶିକ୍ଷକ ମହଲରେ ଆଲୋଚନା ହେଉଛି । ଗତ ୨୦୧୯ ରେ ସାର୍ଟିଫିକେଟ ଯାଞ୍ଚ ହେବା ପ୍ରକ୍ରୀୟା ଆରମ୍ଭ ହେବା ପୂର୍ବରୁ ଅନେକ ନକଲି ଶିକ୍ଷକ ଚାକିରୀ ଛାଡି ଚାଲିଯାଇଥିବା ବେଳେ ଅନେକ ନକଲି ଶିକ୍ଷକ ଟଙ୍କା କାରବାରର ମହା ଗଠବନ୍ଧନ ଆରମ୍ଭ କରି ପାର ପାଇଗଲେ । ବିଶେଷ କରି ନର୍ଲାରେ ବହୁତ ଅର୍ଥ କାରବାର ହୋଇଥିବା ନର୍ଲାର ବରିଷ୍ଠ ଶିକ୍ଷକ ମାନେ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ନର୍ଲା ବ୍ଲକ୍ ହେଡକ୍ୱାଟର୍ସରେ ରହି ଶିକ୍ଷା ଅଧିକାରୀ ମାନଙ୍କ ସହ ମିଶି ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହନ କରୁଥିବା କେଇଜଣ ସିନିୟର ଶିକ୍ଷକ ଓ ବିଭିନ୍ନ ପଦ ପଦବୀକୁ ପଦୋନ୍ନତି ପାଇଥିବା କେଇ ଜଣ ଶିକ୍ଷକ ମଧ୍ୟ ନକଲି ସାର୍ଟିଫିକେଟ ଧାରୀ ବୋଲି ନର୍ଲାର ଶିକ୍ଷକ ମହଲରେ ଆଲୋଚନା ଯୋରଧରିଛି । ଯଦି ପ୍ରକୃତରେ ଶିକ୍ଷା ବିଭାଗ ଓ ପ୍ରଶାସନ ସ୍ୱଚ୍ଛତାର ସହିତ ସାର୍ଟିଫିକେଟ୍ ଯାଞ୍ଚ କରନ୍ତି ତା ହେଲେ ନକଲି ଶିକ୍ଷକଙ୍କ ମୁଖା ଖୋଲିଯିବ । କେତେକ ବ୍ଲକରେ ନକଲି ଶିକ୍ଷକ ମାନଙ୍କୁ ଠାବ କରି ପାରିନଥିବାରୁ ବିଭାଗ ତରଫରୁ ଜିଲ୍ଲା ର କେତେଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ମଧ୍ୟ ବନ୍ଦ କରାଯାଇଥିବା ଜାଣିବାକୁ ମିଳୁଛି । ଏଣୁ ଏବେ ବ୍ଲକ ଶିକ୍ଷାଧିକାରୀ ମାନେ ନିଜ ଚାକିରୀ ବଞ୍ଚେଇବା ନିମନ୍ତେ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକ ମାନଙ୍କୁ ଗୁରୁତ୍ୱ ଦେଇ ଖୋଜୁ ଥିବାର ଜଣା ପଡିଛି । ଲାଞ୍ଜିଗଡ ବ୍ଲକ ରେ ବ୍ଲକ୍ ଶିକ୍ଷାଧିକାରୀ ୪ ଜଣ ନକଲି ଶିକ୍ଷକ ଠାବ କରି ସେମାନଙ୍କ ନାମରେ କେସ୍ ଦେଇଥିବା ବେଳେ ଭାବନୀପାଟଣା ବ୍ଲକ ଶିକ୍ଷାଧିକାରୀ ୧୧ ଜଣ ନକଲି ସାର୍ଟିଫିକେଟ ଧାରୀ ନକଲି ଶିକ୍ଷକଙ୍କ ନାମରେ କେସ୍ ଦାଏର କରିଥିବା ଜାଣିବାକୁ ମିଳିଛି । ହେଲେ ନର୍ଲାରେ କିନ୍ତୁ ଏଯାଏଁ ନକଲି ଶିକ୍ଷକ ଠାବ କରିବାରେ ଶିକ୍ଷାଧିକାରୀ ସକ୍ଷମ ହୋଇପାରି ନାହାନ୍ତି । ଏଇଠି ପ୍ରଶ୍ନ ଉଠୁଛି ବିଭାଗୀୟ ଯାଞ୍ଚ ପ୍ରକ୍ରୀୟାରେ ତୃଟି ରହୁଛି ନା ନକଲି ଶିକ୍ଷକ ମାନେ ଆଶାତୀତ ଭାବରେ ଚାଲାକ ତାହା ଆଲୋଚନା ସାପେକ୍ଷ । ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ରେ ଯଦି ବିଭାଗ ଫେଲ ମାରେ ତେବେ ଉକ୍ତ ନକଲି ଶିକ୍ଷକ ମାନଙ୍କ ଠିକଣା ସହ ନାମ ଖବର କାଗଜରେ ପ୍ରକାଶତ କରିବା ଦାଇତ୍ୱ ଆମେ ନେବୁ ବୋଲି ନାମ ଗୋପନ ରଖି ଦୁଇ ଜଣ ବରିଷ୍ଠ ଶିକ୍ଷକ ମତବ୍ୟକ୍ତ କରିଛନ୍ତି । ସେମାନଙ୍କ କହିବା କଥା କେବଳ ସାର୍ଟିଫିକେଟ ଦେଖି ଯାଞ୍ଚ କଲେ ନକଲି ଧରା ପଡିବେ ନାହିଁ । ସନ୍ଦେହ ଯୁକ୍ତ ସାର୍ଟିଫିକେଟ ଦେଖି ଉକ୍ତ ୟୁନିଦ୍ଭରସିଟି କୁ ଚିଠି ମାଧ୍ୟମରେ ରିପୋର୍ଟ ମଗାଯିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ସର୍ଭିସ ବୁକ ଟାଲୀ କରାଗଲେ ନକଲି ଶିକ୍ଷକ ଧରା ପଡିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଏଣୁ ଦେଖାଯାଉ ନର୍ଲା ଶିକ୍ଷାବିଭାଗ କେତେ ସ୍ୱଚ୍ଛତାର ସହିତ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରୀୟାକୁ ରୁପରେଖ ଦେବାରେ ସଫଳ ହେଉଛି । ନା ଯଥା ପୂର୍ବଂ ତଥା ପରଂ ନୀତିରେ ଯାଞ୍ଚ ଦାଇତ୍ୱରେ ରହିଥିବା ବିଭାଗୀୟ ଅଧିକାରୀ ମାନେ ନକଲି ଶିକ୍ଷକଙ୍କ ଠାରୁ ଆକର୍ଷଣୀୟ ଉପହାର ନେଇ ପୁଣି ଘଣ୍ଟ ଘୋଡାଉଛନ୍ତି । ନର୍ଲାର ଶିକ୍ଷକ ସମାଜ ଓ ବୁଦ୍ଧିଜିବୀ ଶିକ୍ଷା ବିଭାଗର ନକଲି ଶିକ୍ଷକ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ କୁ ଚାତକ ସଦୃଶ ଅନେକ ଆଶା ଓ ଭରଷା ନେଇ ଚାହିଁ ବସିଛି । ସେମାନଙ୍କ ଆଶା ଶିକ୍ଷାଧିକାରୀ ଓ ବିଭାଗ ନିରାଶ କରିବ ନାହିଁ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.