ନୂଆଖାଇ ଭେଟଘାଟ ପାଇଁ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପୂର୍ବ ପ୍ରସ୍ତୁତି ବୈଠକ

ନୂଆପଡା: ସଦର ସ୍ଥିତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଭବନ ଠାରେ ଚଳିତ ବର୍ଷ ନୂଆଖାଇ ଭେଟଘାଟ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ ଙ୍କ ସଭାପତିତ୍ୱ ରେ ଶ୍ରୀଯୁକ୍ତ ଖାମସିଂ ମାଝୀ (ଅଖିଳ ଭାରତୀୟ ଗୋଁଣ୍ଡବାନା ଗୋଁଣ୍ଡ ମହାସଭା ରାଷ୍ଟ୍ରିୟ ଉପାଧ୍ୟକ୍ଷ), ଶ୍ରୀଯୁକ୍ତ ଜୟରାମ ଶବର (ସଂଘ ଉପଦେଷ୍ଟା),ଶ୍ରୀଯୁକ୍ତ ବାଳକୃଷ୍ଣ ଶବର (ଜିଲ୍ଲା ସଂପାଦକ),ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଝୀ (ସଭାପତି ଅଖିଳ ଭାରତୀୟ ଗୋଁଣ୍ଡବାନା ଗୋଁଣ୍ଡ ସମାଜ ନୁଆପଡା), ଶ୍ରୀଯୁକ୍ତ ବଜରଙ୍ଗ ମାଝୀ GSST ସଭାପତି ନୁଆପଡା), ଶ୍ରୀଯୁକ୍ତ ଭକ୍ତ ବନ୍ଧୁ ଧରୁଆ (ସଂଘ ବ୍ଳକ ସଭାପତି ନୁଆପଡା), ଶ୍ରୀଯୁକ୍ତ କରୁଣା ଶଙ୍କର ମାଝୀ ( ଅଖିଳ ଭାରତୀୟ ଗୋଁଣ୍ଡବାନା ଗୋଁଣ୍ଡ ମହାସଭା ଖଡିଆଳ ବ୍ଳକ), ଶ୍ରୀଯୁକ୍ତ ମଝିଆ ମାଝୀ(ଅଖିଳ ଭାରତୀୟ ଗୋଁଣ୍ଡବାନା ଗୋଁଣ୍ଡ ମହାସଭା ବୋଡେନ ବ୍ଳକ), ଶ୍ରୀଯୁକ୍ତ କାର୍ତ୍ତିକେଶ୍ଵର ମଲ୍ଲିକ (ସଂଘ ସଭାପତି ଖଡିଆଳ), ଶ୍ରୀଯୁକ୍ତ ବିଶେଶ୍ଵର ଧରୁଆ (ସଂଘ ସଭାପତି କୋମନା), ଶ୍ରୀଯୁକ୍ତ ଭଗତରାମ ମାଝୀ (ପୂର୍ବତନ ବ୍ଳକ ଅଧ୍ୟକ୍ଷ ନୁଆପଡା), ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାଝୀ (ସଂଘ ସଂପାଦକ ସିନାପାଲି), ଶ୍ରୀଯୁକ୍ତ ଦୁର୍ବଳ ମାଝୀ (ଅଖିଳ ଭାରତୀୟ ଗୋଣ୍ଡବାନା ଗୋଁଣ୍ଡ ମହାସଭା ସଂପାଦକ ସିନାପାଲି) ଶ୍ରୀଯୁକ୍ତ କପୁରଚନ ମାଝୀ (ସଂଘ ଗ୍ରାମ ସଭାପତି କୁଟେନଚୁଆଁ), ଶ୍ରୀଯୁକ୍ତ ପୂର୍ଣ୍ଣ ମାଝୀ ( ସଭାପତି କେନ୍ଦୁ ବାହାର ), ଶ୍ରୀଯୁକ୍ତ ତିରଥ ମାଝୀ (ସରପଚଂ ଚୁଲ୍ଲାଘାଟ ), ଶ୍ରୀଯୁକ୍ତ ହରି ମାଝୀ (ସଭାପତି ଗୋଡଫୁଲା), ଶ୍ରୀଯୁକ୍ତ ଗୋବିନ୍ଦ ମାଝୀ (ସଭାପତି ଧରମବନ୍ଧା), ଶ୍ରୀଯୁକ୍ତ ସୋମନାଥ ଶବର (ସବର ସଭାପତି ଖଡିଆଳ), ଯୌବନ ମାଝୀ (ପଚଂ ସଭାପତି ବୋଡେନ), ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ସମ୍ମିଳିତ ହୋଇଥିଲେ।

ଆସନ୍ତା ଅକ୍ଟୋବର ମାସ ୫ ତାରିଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଚଳିତ ବର୍ଷ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ସର୍ବ ସମ୍ମତି କ୍ରମେ ଅନୁଷ୍ଠିତ ହେବାର ସ୍ଥିର କରାଯାଇଛି। ଏଣୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସମସ୍ତ ସଦସ୍ୟ ତଥା ପଦାଧିକାରୀ ଙ୍କୁ ଏହି କାର୍ଯ୍ୟକ୍ରମ ରେ ଶାରୀରିକ ରୂପେ ଶ୍ରମ ଦାନ କରିବା ସହିତ ଆର୍ଥିକ ରୂପେ ସହଯୋଗ କାମନା କରାଯାଇ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରାଯିବର ଧାର୍ଯ୍ୟ କରାଯାଇ ଥିବାର ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀ ଭାନୁ ପ୍ରତାପ ସିଂ ମାଝୀ ସୂଚନା ଦେଇଛନ୍ତି।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.