ସ୍ବର୍ଗତ ଅରିନ୍ଦମ ଦାସଙ୍କ ବିୟୋଗରେ ରାମନାଗୁଡା ସାମ୍ବାଦିକଙ୍କ ପକ୍ଷରୁ ଶୋକ

ଗୁଣପୁର, (ଦିଲୀପ କୁମାର ପଣ୍ଡା): ଆଜି ରାମନାଗୁଡା ସ୍ଥିତ ସାମ୍ବାଦିକ କାର୍ଯ୍ୟାଳୟରେ ସ୍ବର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ପଣ୍ଡା, ଶୁଭଜିତ ପଟ୍ଟନାୟକ, ରାକେଶ କଂସ ବେହେରା, ବିଶ୍ୱନାଥ ସେନାପତି, ନରସିଂହ ପରିଛା, ଶିବ ପ୍ରସାଦ ବ୍ରହ୍ମା, ରାଜେଶ ପାଢ଼ୀ, ସଞ୍ଜୟ କୁମାର ପ୍ରଧାନ, ନବୀନ ନାୟକ ବେହେରା, ହୃଷିକେଶ ପାତ୍ର, ଧବଳେଶ୍ବର ପାତ୍ରୀ, ସନ୍ତୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ଦିଲୀପ ପଣ୍ଡା ସ୍ବର୍ଗତ ଅରିନ୍ଦମ ଦାସଙ୍କର ସାମ୍ବାଦିକତା କ୍ଷେତ୍ରରେ ଯେଉଁ ଭଳିଆ ଦୁଃସାହସିକ ଭାବେ ଖବର ସଂଗ୍ରହ କରି ଲୋକ ଲୋଚନକୁ ଆଣୁଥିଲେ ସେ ଘଟଣା ସମ୍ପର୍କରେ ଆଲୋକପାତ କରିଥିଲେ।


ଏଠାରେ ପ୍ରକାଶଯୋଗ୍ୟ ଯେ, କଟକ ମହାନଦୀରେ ଏକ ଦନ୍ତା ହାତୀ ଫସି ଯାଇଥିବା ଖବର ପାଇ ଓଡ୍ରାଫ ଟିମ ଯନ୍ତ୍ର ଚାଳିତ ବୋଟ ମାଧ୍ୟମରେ ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିଲେ। ସେହି ଓଡ୍ରାଫ ଟିମ ସହିତ ଓଟିଭି ର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ମ୍ୟାନ ପ୍ରଭାତ ସିନ୍ନା ମଧ୍ୟ ଯାଇ ସିଧା ପ୍ରସାରଣ କଭର କରିବା ସମୟରେ ବୋଟ ଟି ଓଲଟି ପଡିଥିଲା। ଘଟଣା ସ୍ଥଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.