ଭବାନୀପାଟଣା: ରାଜ୍ୟ ଶିକ୍ଷା ବିଭାଗ ଦ୍ୱାରା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ଚାଲିଥିବା ତିନି ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ସେହି କ୍ରମରେ ଭବାନୀପାଟଣା ବ୍ଲକ ଶରଧାପୁର ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଧନଞ୍ଜୟ ସାହୁଙ୍କ ସଭାପତିତ୍ୱରେ ଏହି ତାଲିମ ‘ସହଯୋଗ’ ସଫଳତାର ସହ ସମାପନ ହୋଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ବିଦ୍ୟାଳୟ ପ୍ରତି ସେମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ତଥା ସଚେତନତା ନେଇ ପ୍ରଶିକ୍ଷଣ ଦିଆଯାଇଛି।
୩ ଦିନ ଧରି ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମରେ କରୋନା ସମୟରେ ପିଲାଙ୍କୁ କିପରି ପ୍ରାଥମିକ ଶିକ୍ଷଣ ସହ ଯୋଡ଼ା ଯାଇପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଛି। ତା ସହ ନାସ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ପ୍ରଶିକ୍ଷକ ଭାବେ ବରିଷ୍ଠ ଶିକ୍ଷୟିତ୍ରୀ ରଂଜିତା ଶବର ଓ ପୁଷ୍ପାଞ୍ଜଳି ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।