ଥୁଆମୁଳ ରାମପୁର, (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ସ୍ଥିତ ପ୍ରସିଦ୍ଧ ଭୈରବ ଦେବଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ଝାମୁଯାତ୍ରା ପାଳିତ ହୋଇଯାଇଛି। ପ୍ରଥାନୁଯାୟୀ ଥୁଆମୁଳ ରାମପୁରରେ ଦଶମୀ ନୂଆଁଖାଇ ପର୍ବ ଶେଷ ହେବା ଦୁଇ ଦିନରୁ ଆରମ୍ଭ ହୋଇଯାଏ ଭୈରବ ଦେବଙ୍କ ଝାମୁଯାତ୍ରା ଉତ୍ସବର ରିତି ନିତି। ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ଚାଲିଥାଏ, ଠିକ୍ ୯ ଦିନର ଶେଷ ଦିନ ପ୍ରସିଦ୍ଧ ଭୈରବ ଦେବଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ।
ଝାମୁଯାତ୍ରା ଦିନ ସକାଳୁ କାଠରେ ଅଗ୍ନିସଂଯୋଗ କରାଯାଏ, ଏହାପରେ ମାଁ ମାଣିକେଶ୍ବରୀ ଓ ଭୈରବ ଦେବଙ୍କ ପାଖରେ ପୂଜାର୍ଚ୍ଚନା ବିଧିମତେ ହୋଇଥାଏ। ପରେ ସଂନ୍ଧ୍ୟା ସମୟରେ ଭୈରବ ଦେବ ସହର ପରିକ୍ରମା କରିସାରିବା ପରେ ମାଁ ମାଣିକେଶ୍ବରୀ ମନ୍ଦିରରୁ ବାହାରିଥିବା ଉଭୟ ଦେବାଦେବି ବିଭିନ୍ନ ବାଦ୍ଯସହ ଘୁମୁରା, ଘଣ୍ଟ ହୁଳହୁଳି ଶଦ୍ଦ ମୁଖରିତ ହେବା ସହ ଗାଦିଆ ବସିବା ପରେ କଣ୍ଟାଦୋଳିରେ ଝୁଲିଥାନ୍ତି। ଏହାପରେ ଭୈରବ ଦେବ ନିକଟରେ ଥିବା ନିଆଁ ଖନ୍ଦା (ଝାମି) ଅଭିମୁଖେ ଯାଇ ସେଠାରେ ବୋଦା ବଳୀସହ ପୂଜାର୍ଚ୍ଚନା ପାଇଥାନ୍ତି। ଏହାପରେ ଭୈରବ ଦେବ ଝାମି ଅଗ୍ନି ଉପରେ ଚାଲିଥାନ୍ତି। ପୂର୍ବ ବର୍ଷମାନଙ୍କ ପରି ଏବର୍ଷ ମଧ୍ୟ ପୂଜାକମିଟି ଓ ମାଣିକେଶ୍ବରୀ ଯୁବ କମିଟି ଦ୍ବାର ଶାନ୍ତିପୂର୍ଣ୍ଣ ଭାବରେ ଝାମିଯାତ୍ରା ସଂପନ୍ନ ହୋଇଛି।