ସାମ୍ବାଦିକ ଅଭିରାମ ନନ୍ଦଙ୍କ ପିତୃ ବିୟୋଗ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : ନର୍ଲାର କାର୍ଯ୍ୟରତ ସାମ୍ବାଦିକ ଅଭିରାମ ନନ୍ଦଙ୍କ ପିତା ଫକୀର ମହାନନ୍ଦ ଆଜି ଧଅଁରାମାଲ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ। ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ସ୍ଵର୍ଗତ ନନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଅଭିରାମ ନନ୍ଦ, ପୁତ୍ରବଧୂ, ପତ୍ନୀ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଧଅଁରାମାଲ ସ୍ଥିତ ସ୍ମଶାନରେ ସ୍ବର୍ଗତ ଫକୀର ମହାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତ ମହାନନ୍ଦଙ୍କ ଆବର୍ତ୍ତମାନରେ ନର୍ଲା କାର୍ଯ୍ୟରତ ସାମ୍ବାଦିକଙ୍କ ସହ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.