ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ତରଫରୁ ୧୨୨ତମ ରାଜ୍ୟ ସ୍ତରୀୟ ଡ଼. ହରେକୃଷ୍ଣ ମହତାବ ଜୟନ୍ତୀ ସମାରୋହ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏନେଇ ଏକ ସାଧାରଣ ସଭା ପିଏମଜି ଛକଠାରେ ଏବଂ ଏକ ସାଧାରଣ ସମିଳନୀ କଳ୍ପନା ଛକ ନରନାରାୟଣ ମନ୍ଦିର ପରିସରରେ ନିଶିଗନ୍ଧା ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତଥା ଜଗନ୍ନାଥ ସେବା ସଦନ, ନିଶିଗନ୍ଧା ଖବର କାଗଜ ତଥା ଅନେକ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମସ୍ତ କବି ଓ ଗାଳ୍ପିକ ଯୋଗ ଦେଇ ଡ଼. ହରେକୃଷ୍ଣ ମହତାବ କମିଟି ଟ୍ରଫି ଓ ଉତ୍ତରୀୟ ସମ୍ମାନ ସହ ସାହିତ୍ୟିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବଳରାମ ତରାଇ ନିଜ ଜନ୍ମଦିନ ସ୍ମୃତି ସ୍ୱରୂପ ଡ଼. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ତାଙ୍କର ଏହି କାର୍ଯ୍ୟକ୍ରମରେ ଶପଥ ପାଠ ସ୍ୱରୂପ ବିଭିନ୍ନ ରାଜ୍ୟସ୍ତରୀୟ ଶିବିର, ଅଙ୍ଗାଦାନ ସେବା, ବିଭିନ୍ନ ସମାଜ ସେବା, ଓଡିଆ ଭାଷା ତଥା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ଭାଷା ଅନୁଷ୍ଠାନ, ଜଗନ୍ନାଥ ସଂସ୍କୃତିର ଭାଷା ଏପରିକି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇପାରିଥିବା ସୂଚନା ମିଳିଅଛି। ତାଙ୍କ ଜନ୍ମଦିନରେ ୨୦୨୧ ମସିହାରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ଏପରିକି ଗତ କରୋନା ସମୟରେ ନିଜ ଜୀବନକୁ ବାଜି ଲଗେଇ କର୍ତ୍ତବ୍ୟ ପାଳନ କରିଥିବା ପ୍ରାୟ ୪୪ ଜଣ ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି ଏବଂ ନର୍ସ ମାନଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରିବା ଭଳି ବହୁ କାର୍ଯ୍ୟକ୍ରମ ହାତକୁ ନେଇ ଥିବା ସୂଚନା ମିଳିଅଛି। ତାଙ୍କର ଏହି କାର୍ଯ୍ୟକ୍ରମ ସହ ସେ ନିଜ ପ୍ରିୟ ଜନ୍ମଦିନକୁ ସାରା ବିଶ୍ୱର ପାଠକ ଏବଂ ପାଠିକା ମାନଙ୍କ ନିକଟରେ ପହଞ୍ଚେଇବା ତାଙ୍କର ପରମ ଉଦେଶ୍ୟ ରହିଅଛି ଯାହା ସେ ପ୍ରକାଶ କରିଅଛନ୍ତି। ଆଜି ମଧ୍ୟ ତାଙ୍କ ଏହି ଜନ୍ମଦିନରେ ସେ କେକ୍ ନ କାଟି ବିଭିନ୍ନ ବୃଦ୍ଧାଶ୍ରମ, ବାଲ୍ୟଶ୍ରମ ତଥା ସାମାଜିକ ଅନୁଷ୍ଠାନକୁ ଯାଇ ଖୁସି ବାଣ୍ଟି ସେମାନଙ୍କର ସ୍ନେହାଶିଷ ତଥା ଶୁଭେଚ୍ଛା ପାଇଥିବା ଦୃଷ୍ଟି ଗୋଚର ହୋଇଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.