ଜେମାମଣି ବିଶୋଇଙ୍କ ରଚିତ ପୁସ୍ତକ ବଣମଲ୍ଲୀର ଆତ୍ମ ଲିପି ଉନ୍ମୋଚିତ

କୋରାପୁଟ/ନବରଙ୍ଗପୁର, (ତ୍ରିନାଥ ପଟ୍ଟନାୟକ): ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାର ନବରଙ୍ଗପୁର ଠାରେ ଶ୍ରୀମତୀ ଜେମାମଣି ବିଶୋଇଙ୍କ ଦ୍ଵାରା ଲିଖିତ ପୁସ୍ତକ “ବଣମଲ୍ଲୀର ଆତ୍ମ ଲିପି” (ଦେଶିଆ ଭାଷାରେ) ଉନ୍ମୋଚିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମୀକ୍ଷକ ଭାବେ “ଦେଶିଆ” ପତ୍ରିକାର ସଂପାଦକ ରଞ୍ଜନ ମହୁରିଆ ଯୋଗଦେଇ ପୁସ୍ତକର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଥଲେ। ଏହି ପୁସ୍ତକଟିକୁ ଦେଶିଆ ଭାଷାରେ ଅନୁବାଦ କରିଥିବା ଶ୍ରୀମତୀ ସବିତା ଶତପଥୀ ଓ ବରିଷ୍ଠ ଓକିଲ କିଶୋର ଚନ୍ଦ୍ର ମିଶ୍ର ପୁସ୍ତକଟିକୁ କାହିଁକି ଅନୁବାଦ କଲେ ଓ ଏଥିରେ ଲିଖିତ ଅନେକ ତଥ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କବି ନାରାୟଣ ପଣ୍ଡା ପରିଚାଳନା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବରିଷ୍ଠ କବୟିତ୍ରୀ ପୁଷ୍ପଲତା ମୁଦୁଲି, ଯୁବକବି ସବ୍ୟସାଚୀ ବିଶୋଇ ଓ ଅନେକ ବରିଷ୍ଠ କବିୟିତ୍ରୀ, କବି ଯୋଗଦେଇ ନିଜ ନିଜର କବିତା ପାଠ କରିଥିଲେ ଓ ଏହାକୁ ପରିଚାଳନା କରିଥିଲେ ବରିଷ୍ଠ କବି ଶ୍ରୀ ଜଗନ୍ନାଥ ବେହେରା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.