ଛତୁଚାଷ ତାଲିମ ଶିବିର ଉଦଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକର ରିଷିଡା ପଂଚାୟତ ସଭାଗୃହ ଠାରେ ଆଜିଠାରୁ ତିନିଦିନିଆ ଛତୁଚାଷ ତାଲିମ ଶିବିର ଆରମ୍ଭ ହୋଇଛି। ଉଦ୍ୟାନକୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ ଏହି ବ୍ଲକର ରିଷିଡା, ତେରେସିଙ୍ଗା, କର୍ଲାମୁଣ୍ଡା, ଗଜବାହାଲ ଓ ପୌରକେଲା ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୮ ଜଣ ମହିଳା ଚାଷୀ ଭାଗ ନେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତାଲିମ ଦାତା ଭାବେ କୃଷିବିଜ୍ଞାନୀ ମଧୁମିତା ଜେନା, ଭବାନୀପାଟଣା ସହକାରୀ ଉଦ୍ୟାନ ଅଧିକାରୀ ଚିତ୍ତରଞ୍ଜନ ମଲ୍ଲିକ ଓ ଗ୍ରାମ୍ୟ କୃଷି କର୍ମୀ ପିତାମ୍ବର ମାଝୀ ତାଲିମ ଦେଉଥିବାବେଳେ ଉଦ୍ୟାନ ବିଭାଗ ଓଭରସିଅର ପୂର୍ଣଚନ୍ଦ୍ର ଭୂଇଁଆ ଓ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଟିକୁନୁ ସାହୁ ଶିବିର ପରିଚାଳନା କରୁଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.