ନର୍ଲା: ସନ୍ଧାନ ତରଫରୁ ଏକ ଦିବସୀୟ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାର ମହିଳା ସଶକ୍ତିକରଣ ଯୋଜନାରେ ଗ୍ରାମାଞ୍ଚଳ ମହିଳାମାନଙ୍କୁ ବିଶେଷ ସୁବିଧା ଯୋଗାଇ ଦେବା ସହିତ ଆତ୍ମ ବିର୍ଭରଶୀଳ ହେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଗୁଡିକ ଜରିଆରେ ଋଣ ପ୍ରଦାନ କରୁଛନ୍ତି। ମହିଳା ମାନେ କିଭଳି ଋଣ ଟଙ୍କାକୁ ଠିକ୍ ଭାବରେ ବିନିଯୋଗ କରିପାରିବେ ସେଥି ନିମନ୍ତେ ବିଭିନ୍ନ ସମୟରେ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି। ଏହି କ୍ରମରେ ନର୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସନ୍ଧାନର ପ୍ରୟାସରେ ବେହେରାପାଟି ସ୍ଥିତ ସନ୍ଧାନ ଅନୁଷ୍ଠାନ କାର୍ଯ୍ୟାଳୟରେ ପଲମ, ଗିଗିନା, ଟକର୍ଲା, ରୁପ୍ରାରୋଡ, ରୁପ୍ରା, ମୁସ୍କୁଟି ପ୍ରଭୃତି ଗ୍ରାମ ପଞ୍ଚାୟତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ୪୦ ଜଣ ମହିଳାଙ୍କୁ ନାବାର୍ଡ ର ଇ-ଶକ୍ତି କାର୍ଯ୍ୟକ୍ରମରେ ଦିନିକିଆ ତାଲିମ ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu


ତାଲିମ ଶିବିରରେ ବିଶେଷ ଭାବରେ ୧୦ ସୂତ୍ରୀ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ନିୟମିତ ବୈଠକ, ନିୟମିତ ସଞ୍ଚୟ, ନିୟମିତ ଋଣ ପ୍ରଦାନ, ନିୟମିତ ଋଣ ପରିଶୋଧ, ନିୟମିତ ଖାତାପତ୍ର ଲିଖନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ ପଞ୍ଚାୟତ ସହ ଯୋଗାଯୋଗ, ସରକାରୀ ଯୋଜନାରୁ ଲାଭ ଓ ଦୀର୍ଘସ୍ଥାୟୀ ଜୀବିକା ବିକାଶ ଭଳି ବିନ୍ଦୁ ଗୁଡିକ ଉପରେ ତାଲିମ ପ୍ରଦାନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna


ନାବାର୍ଡର ଇ-ଶକ୍ତି ପୋର୍ଟାଲରେ ନର୍ଲା ଅଞ୍ଚଳର ୧୨୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଅନଲାଇନ ଜରିଆରେ ପଞ୍ଜିକରଣ କରାଯାଇଥିବା ସୂଚନା ମିଳିଛି। ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯିବ। ଏବଂ ଜୀବିକା ନିର୍ବାହ ପ୍ରକଳ୍ପ ଯୋଜନାରେ ନାବାର୍ଡର ସହାୟତାରେ ସମସ୍ତଙ୍କୁ ଆତ୍ମ ନିର୍ଭରଶୀଳ କରାଯିବ ବୋଲି ସନ୍ଧାନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ଅଶ୍ୱିନୀ ଭୋଇ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery


ତାଲିମ ଦାତା ଭାବରେ ଇ-ଶକ୍ତିର କାର୍ଯ୍ୟକ୍ରମ ପରିଚାଳକ ସତ୍ୟନାରାୟଣ ଦାସ, ସାନ୍ତପୁରର ପୂର୍ବତନ ସରପଞ୍ଚ ତଥା ଅଞ୍ଚଳର ବିଶିଷ୍ଟ ଚାଷୀ ଓ ସନ୍ଧାନର ମାର୍ଗଦର୍ଶକ ଲୋକନାଥ ସା, ସନ୍ଧାନର ଉପଦେଷ୍ଟା ଚିନ୍ତାମଣି ନାଏକ, ମିଶନ ଶକ୍ତିର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ରୋହିତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ। ତାଲିମ ଶେଷରେ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହି ଦକ୍ଷତା ବୃଦ୍ଧି ତାଲିମ ଶିବିର କାର୍ଯ୍ୟକ୍ରମକୁ ସନ୍ଧାନର ସଭାପତି ପ୍ରମୋଦ ବାଗ ଓ ସମ୍ପାଦକ ଅଶ୍ୱିନୀ ଭୋଇ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.