ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

କଳାହାଣ୍ଡି, (ବର୍ଦ୍ଧମାନ ଜୈନ): କେସିଙ୍ଗା ବ୍ଲକ ଉତ୍କେଲା ସ୍ଥିତ ଚାଚା ନେହେରୁ ବିଦ୍ୟା ମନ୍ଦିର ହାଇସ୍କୁଲ ଠାରେ ଆମ ଓଡିଶା, ସମ୍ବାଦ  ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ଏବଂ ଉତ୍କେଲା ଅଞ୍ଚଳବାସୀଙ୍କ ସହଯୋଗରେ ଏହି ଶିବିର ସଫଳ ହୋଇଛି। ଉତ୍କେଲା ସମ୍ବାଦ ପ୍ରତିନିଧି ଲକ୍ଷ୍ମଣ ବାଗ (ଲିପୁ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଚାଞ୍ଚେର ସରପଞ୍ଚ କାଞ୍ଚେଶ୍ୱରି ବାଗ, ମୁଖ୍ୟ ବକ୍ତା ଭାବେ ଉତ୍କେଲା ପିଏଚସି ଚିକିତ୍ସାଧିକାରୀ ଡା: ପ୍ରତିଭା ମାଝୀ, ସମ୍ମାନୀତ ଅତିଥି ଭାବେ କେସିଙ୍ଗା ଥାନାଧିକାରୀ ସତ୍ୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ଏନେଇ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ ଜଣ ରକ୍ତଦାନ କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ଭବାନୀପାଟଣା ବ୍ଲଡ଼ ବ୍ୟାଙ୍କର ଲ୍ୟାବ ଟେକ୍ନିସିଆନ ସଞ୍ଜୀବ ମହାକୁଡ଼, କୃଷ୍ଣ ଚନ୍ଦ୍ର ସାହୁ ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମରେ ଉତ୍କେଲା ପିଏଚସି ଫାର୍ମାସିଷ୍ଟ ଅଶୋକ ପାତ୍ର, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଭରତ ଦୁର୍ଗା, କମଳ ମେହେର, ଦୟାନିଧି ନିଆଲ୍, ରୁପଚାନ୍ଦ ଜୈନ, ଆଇନଜୀବୀ ଜଳନ୍ଧର ବେହେରା,

ଭୀଷ୍ମ ମାଝୀ, ବଶିଷ୍ଟ ନାଗ, ସୁବାସ ବାଗ, ଶରତ ନାଏକ, ମିତ୍ରସେନ ସାହୁ, ଉତ୍କେଲା ଫାଣ୍ଡିର କନେଷ୍ଟବଲ ଶରତ ବିଶି ଓ ହୋମଗାର୍ଡ ତ୍ରିନାଥ ସା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି କେସିଙ୍ଗା ବ୍ଲକ୍ ସଭାପତି ଜ୍ୟୋତିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.