କୁଶୁର୍ଲା ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ କୋଭିଡ କଟକଣା ମଧ୍ୟରେ ମକର ସଂକ୍ରାନ୍ତି ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ ମକର ସଂକ୍ରାନ୍ତି ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଏବର୍ଷ କୁଶୁୁର୍ଲାର ପ୍ରସିଦ୍ଧ ମକରମେଳା ବନ୍ଦ ରହିଥିବାବେଳେ ବିଧିରକ୍ଷା ପାଇଁ ସଂକ୍ରାନ୍ତି ନିତି ପାଳିତ ହୋଇଛି । ଆଜି ସକାଳୁ ମହାଦେବଙ୍କ ରିତିନିତି ପୂଜାପାଠ ପରେ ସଂକ୍ରାନ୍ତି ହୋମ ଅନୁଷ୍ଠିତ ହୋଇଥିଲା । ଏହାପରେ ମକର ଚାଉଳ ଲାଗି ହୋଇଥିଲା । ଅନ୍ନପ୍ରସାଦ ପରେ ହରଗୌରୀ ଙ୍କୁ ରଥାରୂଢ କରି ନଗର ପରିକ୍ରମା କରାଯିବାସହ ମକର ଚାଉଳ ବଣ୍ଟନ କରାଯାଇଥିଲା । ମହାଦେବଙ୍କ ନଗର ପରିକ୍ରମା ସମୟରେ ଗ୍ରାମବାସୀମାନେ ନିଜ ଘର ଅଗଣାରେ କଳସ ସ୍ଥାପନ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିଥିଲେ । କୁଶୁର୍ଲା ମକରମେଳା କମିଟିର ସଭାପତି ଜଗତରାମ ଭୋଇ କର୍ତ୍ତା ଦାୟିତ୍ୱ ବହନ କରିଥିବା ବେଳେ ଉମା ଶଙ୍କର ମିଶ୍ର ପୂଜକ ଭାବରେ ଦାଇତ୍ୱ ନିର୍ବାହ କରିଥିଲେ ।

ମନ୍ଦିରର ମୂଖ୍ୟ ପୂଜକ ଚାନ୍ଦୁଲାଲ ବଡମାଲି, ହିମାଞ୍ଚଳ ବଡମାଲି, ପଞ୍ଚାନନ ବଡମାଲି, ପ୍ରଫୁଲ୍ଲ ବଡମାଲି, ନେତ୍ରାନନ୍ଦ ବଡମାଲି, ଲୋକନାଥ ବଡମାଲି, କ୍ଷିତିପତି ବଡମାଲି, ବସନ୍ତ ବଡମାଲି ଯୋଗଦେଇ ମହାଦେବ ମନ୍ଦିରର ସମସ୍ତ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କମିଟିର ସଂପାଦକ ନୈଋତ ଯାନୀ, ଦିବାକର ଯାନୀ, ଦୁର୍ଯ୍ୟୋଧନ ଯାନୀ, ଲୋକନାଥ ଯାନୀ, ଗୋକୁଲ ଯାନୀ ପ୍ରମୁଖ ଯୋଗଦେଇ ଚଣ୍ଡୀଦେବୀଙ୍କ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ । କମିଟିର ଉପ ସଭାପତି ହିରାମଣୀ ସାହୁ, ସହ ସଂପାଦକ ସତ୍ୟ ବନଛୋର, କୋଷାଧ୍ୟକ୍ଷ ଦୟାନିଧି ବାଗ, ଲିଙ୍ଗରାଜ ଭୋଇ, ଅନିରୁଦ୍ଧ ସାହୁ, ନିରାକାର ସାହୁ, ଜନ୍ମେଜୟ ସାହୁ, ଦ୍ଵାରିକା ପ୍ରସାଦ ଅଗ୍ରୱାଲ, ଗଣନାଥ ବେହେରା, କିଶୋର ନାଗ, କିଶୋର ଚନ୍ଦ୍ର ବିଶି, ଲବ ସାହୁ, ଶୋଭାକର ଯାନୀ, କୈଳାସ ଯାନୀ, ଗୌର ଚନ୍ଦ୍ର ଗହିର, ଇଶ୍ଵର ଚନ୍ଦ୍ର ବେହେରା, ପବିତ୍ର ସାହୁ, କୈଳାସ ସାହୁ, ଯଦୁମଣି ସାହୁ, ଗୋପିନାଥ ସାହୁ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.