କେସିଙ୍ଗା, (ମଧୂସୁଦନ ଠାକୁର): କେସିଙ୍ଗା ଏନଏସି ଅନ୍ତର୍ଗତ ୨୬ ନମ୍ୱର ଜାତୀୟ ରାଜପଥ ପଲକାପଡା ଏଚପି ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତା କଡ଼ରୁ ଜଣେ ୬୫ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର ହୋଇଛନ୍ତି । ଗତ ୭ ଦିନ ହେଲା ଖରା, ବର୍ଷା, ଭୋକ ଉପାସରେ ସେ ରାସ୍ତା କଡ଼ରେ ପଡ଼ିରହିଥିଲେ । ସେ କଥା ମଧ୍ୟ କହିପାରୁ ନାହାନ୍ତି କି ନିଜର ପରିଚୟ ମଧ୍ୟ ଦେଇ ପାରୁ ନାହାନ୍ତି । ପରେ କୋଣସି ସହୃଦୟ ବ୍ୟକ୍ତି ଏନଏସିକୁ ଫୋନ କରି ଏ ସମନ୍ଧରେ ଜଣାଇଥିଲେ ।
ବୃଦ୍ଧ ବ୍ୟକ୍ତିଙ୍କ ଅସହାୟ ଅବସ୍ଥାକୁ ହୃଦୟଙ୍ଗମ କରି କେସିଙ୍ଗା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଅଧିନସ୍ଥ କର୍ମଚାରୀ ଗଦାଧର ସିଂଦେଓଙ୍କୁ ଉକ୍ତ ବୃଦ୍ଧଙ୍କ ପାଖକୁ ପଠାଇଥିଲେ । ଏନଏସି କର୍ମଚାରୀ ଶ୍ରୀ ସିଂଦେଓ ବୃଦ୍ଧଙ୍କ ପାଖକୁ ଯାଇ ହାଲଚାଲ ବୁଝି ଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ସେହି ବୃଦ୍ଧଙ୍କୁ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ ।