କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ପାଇଁ ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରତିମା ପୂଝାରୀ । ନିଜର ସମର୍ଥକଙ୍କ ଗହଣରେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ସେ ନିଜର ନାମାଙ୍କନ ଦାଖଲ କରିଥିଲେ ।

ତାଙ୍କ ସହ ତାଙ୍କର ପ୍ରସ୍ତାବକ ସମର୍ଥକ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶ୍ରୀମତୀ ପୂଝାରୀ ଜଣେ ମହିଳା ସଂଗଠିକା ଓ ସମାଜସେବୀ । ମୋଟେର ଜୋନ ର ସମସ୍ତ ପଞ୍ଚାୟତର ଜନସାଧାରଣ କିପରି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାରେ ଲାଭବାନ ହେବେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି ।





